ରାଜ୍ୟରେ ଗତ ୨୪ ଘଣ୍ଟାରେ ୧ ହଜାର ୭୦୩ ପଜିଟିଭ୍‌ ଚିହ୍ନଟ, ୨୬ ଜିଲ୍ଲାରେ ୧୦୦ ତଳେ ରହିଛି ସଂକ୍ରମଣ

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟରେ ଗତ ୨୪ ଘଣ୍ଟାରେ ୧ ହଜାର ୭୦୩ ପଜିଟିଭ୍‌ ଚିହ୍ନଟ । ଆଉ ୬୯ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଆଜି ପଜିଟିଭିଟି ରେଟ୍‌ ରହିଛି ୨.୧୬ ପ୍ରତିଶତ । ଯାହାକି ଗତକାଲି ଥିଲା ୨.୫୯ ପ୍ରତିଶତ । ୨୪ ଘଣ୍ଟାରେ ୭୮ ହଜାର ୭୪୦ ଟେଷ୍ଟିଂ ହୋଇଛି ।

ଖୋର୍ଦ୍ଧାରୁ ସର୍ବାଧିକ ୩୮୬ ସଂକ୍ରମିତ ହୋଇଛନ୍ତି । କଟକରୁ ୨୪୦, ପୁରୀରୁ ୧୩୯, ବାଲେଶ୍ୱରରୁ ୮୮ ଓ ଯାଜପୁରରୁ ୮୫ ରହିଛି କରୋନା କେସ୍‌ । ରାଜ୍ୟରେ ଆକ୍ଟିଭ୍‌ କେସ୍‌ ରହିଛି ୧୭ ହଜାର ୪୧୧ । ୨୬ ଜିଲ୍ଲାରେ ୧୦୦ ତଳେ ରହିଛି ସଂକ୍ରମଣ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.