ରାଜ୍ୟରେ ପୁଣି ୨୨ କରୋନା ସଂକ୍ରମିତଙ୍କ ମୃତ୍ୟୁ, ବାଲେଶ୍ବର ଜିଲ୍ଲାରୁ ସର୍ବାଧିକ ୬ଜଣଙ୍କ ଗଲା ଜୀବନ

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ଯରେ ଗତ ୨୪ ଘଣ୍ଟାରେ ୯୨୫ କରୋନା ପଜିଟିଭ୍ ଚିହ୍ନଟ। ସେହିପରି ରାଜ୍ୟରେ ପୁଣି  ୨୨ କରୋନା ସଂକ୍ରମିତଙ୍କ ଜୀବନ ଯାଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୮୯୨୬କୁ ବୃଦ୍ଧି ପାଇଛି।

ସୂଚନା ଅନୁଯାୟୀ ବାଲେଶ୍ବର ଜିଲ୍ଲାରୁ ସର୍ବାଧିକ ୬ ଜଣଙ୍କ ମୃତ୍ଯୁ ହୋଇଛି। ଅପରପକ୍ଷରେ ଖୋର୍ଦ୍ଧାରୁ ୫ ଜଣ ମୃତକ ଥିବା ବେଳେ, କଟକ ଓ ଢେଙ୍କାନାଳ ଜିଲ୍ଲାରୁ ୩ ଜଣ ଲେଖାଏଁ କରୋନା ସଂକ୍ରମିତଙ୍କ ପ୍ରାଣହାନି ଘଟିଛି। ଏପଟେ ମୟୂରଭଞ୍ଜ ଜିଲ୍ଲାରୁ ୨ ଜଣ ମୃତକ ଅଛନ୍ତି।ସେହିପରି ଭଦ୍ରକ, ଯାଜପୁର ଓ ନୟାଗଡ଼ ଜିଲ୍ଲାରୁ ଜଣେ ଲେଖାଏଁ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି। ମୃତକଙ୍କ ଭିତରେ ୮ଜଣ ମହିଳା ଓ ୧୪ ଜଣ ପୁରୁଷ ଥିବା ଜଣାପଡିଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.