ରାଜ୍ୟରେ ଗତ ୨୪ ଘଣ୍ଟାରେ ୨ହଜାର ୫୪୨ ପଜିଟିଭ୍‌ ଚିହ୍ନଟ, ଗଲା ୫୭ ଆକ୍ରାନ୍ତଙ୍କ ଜୀବନ

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟରେ ଗତ ୨୪ ଘଣ୍ଟାରେ ୨ହଜାର ୫୪୨ ପଜିଟିଭ୍‌ ଚିହ୍ନଟ । ଆଉ ୫୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ । ଆଜି ପଜିଟିଭିଟି ରେଟ୍‌ ୩.୪୯ ପ୍ରତିଶତ । ଯାହାକି ଗତକାଲି ପଜିଟିଭିଟି ରେଟ୍‌ ସହ ସମାନ । ୨୪ ଘଣ୍ଟାରେ ୭୨ ହଜାର ୬୪୫ ଟେଷ୍ଟିଂ ହୋଇଥିଲା । ଟପ୍‌ ୫ ଜିଲ୍ଲାରେ ରହିଛି କଟକ, ଖୋର୍ଦ୍ଧା, ବାଲେଶ୍ୱର, କେନ୍ଦ୍ରାପଡା ଓ ପୁରୀ ।

କଟକରୁ ସର୍ବାଧିକ ୪୨୮ ପଜିଟିଭ୍‌ ବାହାରିଛନ୍ତି । ଖୋର୍ଦ୍ଧାରୁ ୪୨୪, ବାଲେଶ୍ୱରରୁ ୨୨୧, କେନ୍ଦ୍ରାପଡାରୁ ୧୬୭ ଓ ପୁରୀରୁ ୧୫୦ ରହିଛି କରୋନା କେସ୍‌ । କେବଳ ଏହି ୫ ଜିଲ୍ଲାରୁ ୧୩ ଶହ ୯୦ ସଂକ୍ରମିତ ହୋଇଛନ୍ତି । ୨୧ ଜିଲ୍ଲାରେ ୧୦୦ ତଳେ ରହିଛି ସଂକ୍ରମଣ। ଏବେ ଆକ୍ଟିଭ୍‌ କେସ୍‌ ୨୭ ହଜାର ୫୮୦କୁ ହ୍ରାସ ପାଇଛି। ରାଜ୍ୟରେ ବଢୁଛି ଗ୍ରୀନ୍‌ ଜୋନ୍‌ । ଏବେ ଗ୍ରୀନ୍‌ ଜୋନରେ ରହିଛି ୨୩ ଜିଲ୍ଲା । ଆକ୍ଟିଭ୍‌ କେସ୍‌ ରେଡ୍‌ ଜୋନରେ ୩ ଜିଲ୍ଲା ଥିବାବେଳେ ପଜିଟିଭିଟି ରେଟ୍‌ ରେଡ୍‌ ଜୋନରେ କୌଣସି ଜିଲ୍ଲା ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.