ରାଜ୍ଯରେ ଗତ ୨୪ ଘଣ୍ଟାରେ ୨ ହଜାର ୬୪୦ ନୂଆ ପଜିଟିଭ୍‌ ଚିହ୍ନଟ, ୪୦ ମୃତ

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟରେ ୪ ପ୍ରତିଶତରେ ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ୨ ହଜାର ୬୪୦ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଆଉ ୪୦ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ । ଆଜି ପଜିଟିଭିଟି ରେଟ୍‌ ରହିଛି ୪.୧୪ ପ୍ରତିଶତ । ଯାହାକି ଗତକାଲି ଥିଲା ୫.୦୨ ପ୍ରତିଶତ । ୨୪ ଘଣ୍ଟାରେ ୬୩ ହଜାର ୬୯୫ଟେଷ୍ଟିଂ ହୋଇଥିବାବେଳେ ୪.୧୪ ପ୍ରତିଶତ ପଜିଟିଭିଟି ହାର ରହିଛି।

ଟପ୍‌ ୫ ଜିଲ୍ଲାରେ ରହିଛି ବାଲେଶ୍ୱର, ଖୋର୍ଦ୍ଧା, କଟକ, ପୁରୀ ଓ ଯାଜପୁର । ବାଲେଶ୍ୱରରୁ ସର୍ବାଧିକ ୩୯୭ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ୩୬୫, କଟକରୁ ୨୬୬, ପୁରୀରୁ ୧୭୮ ଓ ଯାଜପୁରରୁ ୧୬୨ ରହିଛି କରୋନା କେସ୍‌ । କେବଳ ଏହି ୫ ଜିଲ୍ଲାରୁ ୧୩ ଶହ ୬୮ ସଂକ୍ରମିତ ହୋଇଛନ୍ତି । ୨୨ ଜିଲ୍ଲାରେ ୧୦୦ ତଳେ ରହିଛି ଦୈନିକ ସଂକ୍ରମଣ। ଆକ୍ଟିଭ୍‌ କେସ୍‌ ୩୧ ହଜାର ୬୧୯କୁ ହ୍ରାସ ପାଇଛି। ୪ ରେଡ,୫ ୟେଲୋ, ୨୧ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.