ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୮୮ ଜଣ କରୋନା ପଜିଟିଭ ଚିହ୍ନଟ, ୩ ମୃତ

ଭୁବନେଶ୍ୱର(କେନ୍ଯୁଜ୍): ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୮୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୦ରୁ ୧୮ ବର୍ଷ ମଧ୍ୟରେ ୫୩ ଜଣ ଥିବାବେଳେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୩୦ ଜଣ ରହିଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଥିବା ପଜିଟିଭ ଆକ୍ରାନ୍ତଙ୍କ ମଧ୍ୟରୁ କ୍ଵାରାଣ୍ଟିନରୁ ୧୬୬ ଜଣ ଓ ଲୋକାଲ କଣ୍ଟାକଟରୁ ୧୨୨ ଜଣ ଚିହ୍ନଟ ହୋଇଛନ୍ତି ।

ସେହିପରି, ଗତ ୨୪ ଘଣ୍ଟା ମଧ୍ୟରେ କଟକରୁ ୨୧ ଜଣ, ଯାଜପୁରରୁ ୧୦ ଜଣ, କେନ୍ଦ୍ରାପଡାରୁ ୮ ଜଣ, ମୟୁରଭଞ୍ଜରୁ ୧୨, ପୁରୀରୁ ୧୫, ସମ୍ବଲପୁରରୁ ୧୭, ସୁନ୍ଦରଗଡରୁ ୧୧, ଷ୍ଟେଟ ପୁଲରୁ ୨୭ ଜଣ ଚିହ୍ନଟ ହୋଇଛନ୍ତି।

ଏହି ସଂଖ୍ୟାକୁ ମିଶାଇ ରାଜ୍ୟରେ ମୋଟ ପଜିଟିଭଙ୍କ ସଂଖ୍ୟା ୧୦ ଲକ୍ଷ ୪୭ ହଜାର ୬୭୪ରେ ପହଞ୍ଚିଥିବାବେଳେ୧୦ ଲକ୍ଷ ୩୭ ହଜାର ଜଣ ସୁସ୍ଥ ହୋଇଛନ୍ତି। ସେହିପରି ବର୍ତ୍ତମାନ ୨୨୨୧ଟି ସକ୍ରିୟ ମାମଲା ରହିଥିବାବେଳେ ଦିନକୁ ଦିନ କରୋନା ଗ୍ରାଫ ବଢ଼ୁଥିବାର ଦେଖିବାକୁ ମିଳୁଛି | ଅନ୍ଯପଟେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩ କରୋନା ଆକ୍ରାନ୍ତ ପ୍ରାଣ ହରାଇଥିବା ସୂଚନା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.