ଗତ ୨୪ ଘଣ୍ଟାରେ ରାଜ୍ୟରେ ୨ହଜାର ୯୧୨ ନୂଆ ପଜିଟିଭ ଚିହ୍ନଟ, ହୋଇଛି ୬୪ ହଜାରରୁ ଅଧିକ ଟେଷ୍ଟିଂ

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟରେ ଆଉ ୨ ହଜାର ୯୧୨ ପଜିଟିଭ୍‌ ଚିହ୍ନଟ । ଆଜି ପଜିଟିଭିଟି ରେଟ୍‌ ରହିଛି ୪.୫୩ ପ୍ରତିଶତ । ଯାହାକି ଗତକାଲି ଥିଲା ୫.୨୫ ପ୍ରତିଶତ । ୨୪ ଘଣ୍ଟାରେ ୬୪ ହଜାର ୨୫୫ ଟେଷ୍ଟିଂ ହୋଇଥିବାବେଳେ ୪.୫୩ ପ୍ରତିଶତ ପଜିଟିଭିଟି ହାର ରହିଛି। ଟପ୍‌ ୫ ଜିଲ୍ଲାରେ ରହିଛି ଖୋର୍ଦ୍ଧା, କଟକ, ଯାଜପୁର, ବାଲେଶ୍ୱର ଓ ମୟୂରଭଞ୍ଜ ।

ଖୋର୍ଦ୍ଧାରୁ ସର୍ବାଧିକ ୪୦୧ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । କଟକରୁ ୩୮୨, ଯାଜପୁରରୁ ୨୯୨, ବାଲେଶ୍ୱରରୁ ୨୨୦ ଓ ମୟୂରଭଞ୍ଜରୁ ୧୭୪ ରହିଛି କରୋନା କେସ୍‌ । କେବଳ ଏହି ୫ ଜିଲ୍ଲାରୁ ୧୪ଶହ ୬୯ ସଂକ୍ରମିତ ହୋଇଛନ୍ତି । ୨୦ ଜିଲ୍ଲାରେ ୧୦୦ ତଳେ ରହିଛି ଦୈନିକ ସଂକ୍ରମଣ। ୨ ଜିଲ୍ଲାରେ ୧୦ ତଳେ ରହିଛି ଦୈନିକ ସଂକ୍ରମଣ। ଆକ୍ଟିଭ୍‌ କେସ୍‌ ୩୩ ହଜାର ୧୫୬କୁ ହ୍ରାସ ପାଇଛି। ଅନ୍ଯପଟେ ରାଜ୍ଯରେ ଆଜି କରୋନା ମହାମାରୀରେ ୪୪ ଆକ୍ରାନ୍ତଙ୍କ ମୃତ୍ଯୁ ହୋଇଥିବା ସୂଚନା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.