ରାଜ୍ୟରେ ୨୪ ଘଣ୍ଟାରେ ଆଉ ୨ ହଜାର ୯୫୭ ପଜିଟିଭ୍‌ ଚିହ୍ନଟ, ୩୮ ମୃତ

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟରେ ୩ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ। ୨୪ ଘଣ୍ଟାରେ ଆଉ ୨ ହଜାର ୯୫୭ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଆଉ ୩୮ କରୋନା ଆକ୍ରାନ୍ତଙ୍କ ଜୀବନ ନେଇଛି ଭାଇରସ୍‌ । ଆଜି ପଜିଟିଭିଟି ରେଟ୍‌ ରହିଛି ୪.୭୯ ପ୍ରତିଶତ । ଯାହାକି ଗତକାଲି ଥିଲା ୪.୯୬ ପ୍ରତିଶତ । ୬୧ ହଜାର ୬୦୮ ଟେଷ୍ଟିଂ ହୋଇଥିବାବେଳେ ୪.୭୯ ପ୍ରତିଶତ ପଜିଟିଭିଟି ହାର ରହିଛି ।

ଟପ୍‌ ୫ ଜିଲ୍ଲାରେ ରହିଛି ଖୋର୍ଦ୍ଧା, କଟକ, ଯାଜପୁର, ବାଲେଶ୍ୱର ଓ ପୁରୀ । ଖୋର୍ଦ୍ଧାରୁ ସର୍ବାଧିକ ୪୦୮ ପଜିଟିଭ୍‌ ବାହାରିଛନ୍ତି । କଟକରୁ ୨୭୨, ଯାଜପୁରରୁ ୨୬୦, ବାଲେଶ୍ୱରରୁ ୨୪୭ ଓ ପୁରୀରୁ ୨୧୯ ରହିଛି କରୋନା କେସ୍‌ । କେବଳ ଏହି ୫ ଜିଲ୍ଲାରୁ ୧୪ଶହ ୬ ସଂକ୍ରମିତ ହୋଇଛନ୍ତି । ୧୯ ଜିଲ୍ଲାରେ ୧୦୦ ତଳେ ରହିଛି ଦୈନିକ ସଂକ୍ରମଣ । ଝାରସୁଗୁଡା ଜିଲ୍ଲାରେ ମାତ୍ର ୩ ଜଣ ସଂକ୍ରମିତ ହୋଇଛନ୍ତି।

ରାଜ୍ୟର ୨୦ ଜିଲ୍ଲା ଗ୍ରୀନ୍‌ ଜୋନରେ ରହିଛି । ୪ ଜିଲ୍ଲା ରେଡ୍‌ ଜୋନରେ ଥିବାବେଳେ ୬ ଜିଲ୍ଲା ୟେଲୋ ଜୋନରେ ରହିଛି। ୩୫ ହଜାର ତଳକୁ ଖସିଛି ଆକ୍‌ଟିଭ୍‌ କେସ୍‌। ରାଜ୍ୟରେ ମୋଟ ଆକ୍ଟିଭ୍‌ କେସ୍‌ ରହିଛି ୩୪ ହଜାର ୯୬୫।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.