ରାଜ୍ୟରେ ଗତ ୨୪ ଘଣ୍ଟାରେ ୩ ହଜାର ୩୭୧ ନୂଆ ପଜିଟିଭ୍‌ ଚିହ୍ନଟ, ୪୮ମୃତ

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟରେ ଗତ ୨୪ ଘଣ୍ଟାରେ ୩ ହଜାର ୩୭୧ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଆଉ ୪୮ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ । ଆଜି ପଜିଟିଭିଟି ରେଟ୍‌ ରହିଛି ୪.୪୫ ପ୍ରତିଶତ । ଯାହାକି ଗତକାଲି ଥିଲା ୪.୧୪ ପ୍ରତିଶତ । ୨୪ ଘଣ୍ଟାରେ ୭୫ ହଜାର ୬୪୯ଟେଷ୍ଟିଂ ହୋଇଥିଲା। ଟପ୍‌ ୫ ଜିଲ୍ଲାରେ ରହିଛି ଖୋର୍ଦ୍ଧା, କଟକ, ବାଲେଶ୍ୱର, ମୟୂରଭଞ୍ଜ ଓ କେନ୍ଦ୍ରାପଡା ।

ଖୋର୍ଦ୍ଧାରୁ ସର୍ବାଧିକ ୫୩୦ ପଜିଟିଭ୍‌ ବାହାରିଛନ୍ତି । କଟକରୁ ୪୬୮, ବାଲେଶ୍ୱରରୁ ୨୫୮, ମୟୂରଭଞ୍ଜରୁ ୨୨୨ ଓ କେନ୍ଦ୍ରାପଡାରୁ ୨୧୯ ରହିଛି କରୋନା କେସ୍‌ । କେବଳ ଏହି ୫ ଜିଲ୍ଲାାରୁ ୧୭ ଶହ ୨୭ ସଂକ୍ରମିତ ହୋଇଛନ୍ତି। ୨୦ ଜିଲ୍ଲାରେ ୧୦୦ ତଳେ ସଂକ୍ରମଣ । ଆକ୍ଟିଭ୍‌ କେସ୍‌ ୩୧ ହଜାର ୪୨୨ କୁ ହ୍ରାସ ପାଇଛି। ରାଜ୍ୟରେ ଗ୍ରୀନ୍‌ ଜୋନରେ ରହିଛି ୨୧ ଜିଲ୍ଲା । ରେଡ ଜୋନରେ ୪ ଜିଲ୍ଲା ଥିବାବେଳେ ୟେଲୋ ଜୋନରେ ରହିଛି ୫ ଜିଲ୍ଲା।

Leave A Reply

Your email address will not be published.