ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୮ ହଜାର ୩୧୩ ପଜିଟିଭ୍‌ ଚିହ୍ନଟ, ୩୫ ମୃତ

ଭୁବନେଶ୍ବର: ରାଜ୍ୟରେ କମୁଛି ପଜିଟିଭିଟି ହାର । ୧୪ ପ୍ରତିଶତ ତଳକୁ ଖସିଛି ସଂକ୍ରମଣ। ଗତକାଲି ତୁଳନାରେ ରାଜ୍ୟରେ ପଜିଟିଭ୍‌ କେସ୍‌ ମଧ୍ୟ କମ୍‌ ରହିଛି। ଗତ ୨୪ ଘଣ୍ଟାରେ ଆଉ ୮ ହଜାର ୩୧୩ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଆଉ ୩୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ। ଖୋର୍ଦ୍ଧାରୁ ସର୍ବାଧିକ ୯୭୪ ଆକ୍ରାନ୍ତ । ଦ୍ୱିତୀୟ ସର୍ବାଧିକ ଭାବେ କଟକ ଜିଲ୍ଲାରୁ ୫୯୩ ପଜିଟିଭ୍‌ ରହିଛି।

ଗତ ୨୪ ଘଣ୍ଟାରେ ୬୧ ହଜାର ୬୧୩ ଟେଷ୍ଟିଂ ହୋଇଥିବାବେଳେ ପଜିଟିଭ୍‌ ବାହାରିଛନ୍ତି ୮ ହଜାର ୩୧୩ । ଆଜି ପଜିଟିଭିଟି ହାର ରହିଛି ୧୩.୪୯ ପ୍ରତିଶତ। ଯାହାକି ଗତକାଲି ଥିଲା ୧୪.୪୪ ପ୍ରତିଶତ। ମୟୂରଭଞ୍ଜରୁ ୫୩୨, ଅନୁଗୁଳରୁ ୫୦୫ ଓ ସୁନ୍ଦରଗଡରୁ ୪୬୫ ନୂଆ କେସ୍‌ ରହିଛି। ଟପ୍‌ ୫ ଜିଲ୍ଲାରେ ରହିଛି ଖୋର୍ଦ୍ଧା, କଟକ, ମୟୂରଭଞ୍ଜ, ଅନୁଗୁଳ ଓ ସୁନ୍ଦରଗଡ । ଏହି ୫ ଜିଲ୍ଲାରୁ ମୋଟ ୩ ହଜାର ୬୯ କେସ୍‌ ଆସିଛି । ରାଜ୍ୟରେ ଆକ୍ଟିଭ୍‌ କେସ୍‌ ରହିଛି ୯୧ ହଜାର ୬୬୩ । ମୋଟ ମୃତ୍ୟୁସଂଖ୍ୟା ୨୭ଶହ ୫୪ରେ ପହଂଚିଛି। ରାଜ୍ୟରେ ବର୍ତ୍ତମାନ ୨୪ଟି ଜିଲ୍ଲା ରେଡ୍‌ ଜୋନରେ ଥିବା ବେଳେ ନୂଆପଡ଼ା ଜିଲ୍ଲା ଗ୍ରୀନ୍‌ ଜୋନରେ ରହିିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.