ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୭୬ କରୋନା ପଜିଟିଭ ଚିହ୍ନଟ, ୪ମୃତ

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୭୬ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତିି । କେବଳ ଖୋର୍ଦ୍ଧାରୁ ୧୩୮ ନୂଆ କେସ୍‌ ରହିଛି । ଯାହା ମୋଟ ଆକ୍ରାନ୍ତଙ୍କ ୫୦ ପ୍ରତିଶତ । ଆଜି ମୋଟ ପଜିଟିଭିଟି ରେଟ୍‌ ରହିଛି ୦.୪୬ ପ୍ରତିଶତ । ୨୭୬ ସଂକ୍ରମିତଙ୍କ ମଧ୍ୟରୁ ୦ରୁ ୧୮ ବର୍ଷ ବୟସ୍କଙ୍କ ମଧ୍ୟରେ ଅଛନ୍ତି ୫୫ଜଣ । ୨୪ ଘଣ୍ଟାରେ ୫୯ ହଜାର ୫୯ ହଜାର ୭୭୪ କୋଭିଡ ଟେଷ୍ଟିଂ ହୋଇଛି । ରାଜ୍ୟରେ ମୋଟ ଆକ୍ଟିଭ୍‌ କେସ୍‌ ରହିଛି ୩ ହଜାର ୧୩୪ ।

ସେହିପରି, ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଥିବାର ସୂଚନା ମିଳିଛି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୮୩୬୧କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି।

କରୋନାରେ ପ୍ରାଣ ହରାଇଥିବା ଆଉ ୪ ଜଣ ଲୋକଙ୍କ ସଂପର୍କରେ ସୂଚନା ଦେଇଛନ୍ତି ସରକାର। ପ୍ରାପ୍ତ ସୂଚନା ଅନୁଯାୟୀ, ଅନୁଗଳ ଜିଲ୍ଲାରୁ ୧ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି। ସେହିପରି ଖୋର୍ଦ୍ଧା ଜିଲ୍ଲାରୁ ୩ ଜଣ, ଗଞ୍ଜାମ ଜିଲ୍ଲାରୁ ୧ ଜଣ ଓ ପୁରୀ ଜିଲ୍ଲାରୁ ଜଣେ କରୋନା ସଂକ୍ରମିତଙ୍କ ପ୍ରାଣହାନି ଘଟିଛି। ଖୋର୍ଦ୍ଧା ଜିଲ୍ଲାର ଯେଉଁ ୨ ଜଣ ମୃତ୍ୟୁବରଣ କରିଛନ୍ତି, ସେମାନେ ହେଲେ ଭୁବନେଶ୍ବରର ଜଣେ ୮୪ ବର୍ଷିୟ ଓ ଆଉଜଣେ ୫୧ ବର୍ଷିୟ ପୁରୁଷ। ଅପରପକ୍ଷରେ ପୁରୀର ଜଣେ ୫୦ ବର୍ଷୀୟା ମହିଳା ଓ ଗଞ୍ଜାମ ଜିଲ୍ଲାର ଜଣେ ୫୫ ବର୍ଷୀୟା ମହିଳା ଅଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.