ରାଜ୍ୟରେ ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୪୦୧ ନୂଆ ଆକ୍ରାନ୍ତ, ୧୮ ବର୍ଷରୁ କମ୍ ବୟସ ବର୍ଗରେ ଅଛନ୍ତି ୪୪ ଜଣ

ଭୁବନେଶ୍ୱର(କେନ୍ୟୁଜ୍): ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ୪୦୦ ପାର୍‌। ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୪୦୧ ନୂଆ ଆକ୍ରାନ୍ତ। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୯୪ ପଜିଟିଭ୍‌ ରହିଛନ୍ତି। କଟକରୁ ୬୪ ନୂଆ କେସ୍‌ ରହିଛି। ୧୮ ବର୍ଷରୁ କମ୍ ବୟସ ବର୍ଗରେ ରହିଛନ୍ତି ୪୪ ଜଣ। ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧୯୫୭କୁ ବୃଦ୍ଧି ପାଇଛି। ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ଲକ୍ଷ ୯୧ହଜାର ୫୧୮କୁ ବୃଦ୍ଧି ପାଇଛି। ସୁସ୍ଥ ହୋଇଛନ୍ତି ୧୨ଲକ୍ଷ ୮୦ହଜାର ୩୮୨ଜଣ।

ସୂଚନା ଥାଉକି, ଗତକାଲି ଚିହ୍ନଟ ହୋଇଥିଲେ ୩୩୪ ନୂଆ ଆକ୍ରାନ୍ତ। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୮୭ ପଜିଟିଭ୍‌ ରହିଥିଲେ। କଟକରୁ ୭୦ ନୂଆ କେସ୍‌ ରହିଥିଲେ। ୧୮ ବର୍ଷରୁ କମ ବୟସ ବର୍ଗରେ ରହିଥିଲେ ୫୩ ଜଣ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.