ଡରାଉଛି କରୋନା: ରାଜ୍ୟରେ ୨୪ ଘଣ୍ଟାରେ ୪୧୨ ପଜିଟିଭ୍‌ ଚିହ୍ନଟ, ଖୋର୍ଦ୍ଧାରୁ ୧୮୯ ନୂଆ କେସ୍‌

ଭୁବନେଶ୍ବର(କେନ୍ଯୁଜ୍): ଡରାଉଛି କରୋନା । ରାଜ୍ୟରେ ୨୪ ଘଣ୍ଟାରେ ୪୧୨ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଚିନ୍ତା ବଢାଉଛି ଖୋର୍ଦ୍ଧା । କେବଳ ଖୋର୍ଦ୍ଧାରୁ ୧୮୯ ନୂଆ କେସ୍‌ ରହିଛି । ଯାହା ମୋଟ ଆକ୍ରାନ୍ତଙ୍କ ୪୫.୮୭ ପ୍ରତିଶତ ।

ଆଜି ମୋଟ ପଜିଟିଭ ରେଟ୍‌ ରହିଛି ୦.୫୮ ପ୍ରତିଶତ । ୪୧୨ ସଂକ୍ରମିତଙ୍କ ମଧ୍ୟରୁ ୦ରୁ ୧୮ ବର୍ଷ ବୟସ୍କଙ୍କ ମଧ୍ୟରେ ଅଛନ୍ତି ୬୩ ଜଣ । ୨୪ ଘଣ୍ଟାରେ ୭୦ ହଜାର ୧୯୪ କୋଭିଡ ଟେଷ୍ଟିଂ ହୋଇଛି । ରାଜ୍ୟରେ ମୋଟ ଆକ୍ଟିଭ୍‌ କେସ୍‌ ରହିଛି ୪ ହଜାର ୭୪୭।

ରାଜ୍ୟରେ ଗତକାଲି ୫୪୯ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ । ଗତକାଲି ମଧ୍ଯ ଚିନ୍ତା ବଢାଇଥିଲା ଖୋର୍ଦ୍ଧା । କେବଳ ଖୋର୍ଦ୍ଧାରୁ ୨୯୬ ନୂଆ କେସ୍‌ ରହିଥିଲା । ଯାହା ମୋଟ ଆକ୍ରାନ୍ତଙ୍କ ୫୪ ପ୍ରତିଶତ । ଖୋର୍ଦ୍ଧାରେ ଗତ ମଙ୍ଗଳବାର ୨୦୭ ସଂକ୍ରମିତ ଚିହ୍ନଟ ହୋଇଥିଲେ। ଆଉ ଗତକାଲି ହୋଇଥିଲେ ୨୯୬। ଅର୍ଥାତ ଖୋର୍ଦ୍ଧା ଜିଲ୍ଲାରେ ୪୩ ପ୍ରତିଶତ ବୃଦ୍ଧି ହୋଇଥିଲା।

ଏହାସହିତ ଗତକାଲି ଆଉ ୨ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିଲା । ଗତକାଲି ପଜିଟିଭ ରେଟ୍‌ ରହିଥିଲା ୦.୭୬ ପ୍ରତିଶତ । ୫୪୯ ସଂକ୍ରମିତଙ୍କ ମଧ୍ୟରୁ ୦ରୁ ୧୮ ବର୍ଷ ବୟସ୍କଙ୍କ ମଧ୍ୟରେ ରହିଥିଲେ ୭୦ ଜଣ । ୨୪ ଘଣ୍ଟାରେ ୭୨ ହଜାର ୯୧ କୋଭିଡ ଟେଷ୍ଟିଂ ହୋଇଥିଲା । ଗତକାଲି ରାଜ୍ୟରେ ମୋଟ ଆକ୍ଟିଭ୍‌ କେସ୍‌ ରହିଥିଲେ ୪ ହଜାର ୬୭୩ ।

ସେହିପରି ଗତ ସୋମବାର ୪୨୫ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ। କେବଳ ଖୋର୍ଦ୍ଧାରୁ ୨୧୧ ନୂଆ କେସ୍‌ ରହିଥିଲା। ଆଉ ୩କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିଲା । ଗତକାଲି ପଜିଟିଭିଟି ରେଟ୍‌ ରହିଥିଲା ୦.୬୫ ପ୍ରତିଶତ ।

୪୨୫ ସଂକ୍ରମିତଙ୍କ ମଧ୍ୟରୁ ୦ରୁ ୧୮ ବର୍ଷ ବୟସ୍କଙ୍କ ମଧ୍ୟରେ ଥିଲେ ୭୧ ଜଣ । ୨୪ ଘଣ୍ଟାରେ ୬୪ହଜାର ୭୦୯ କୋଭିଡ ଟେଷ୍ଟିଂ ହୋଇଥିଲା। ରାଜ୍ୟରେ ମୋଟ ଆକ୍ଟିଭ୍‌ କେସ୍‌ ରହିଥିଲା ୪ ହଜାର ୫୫୪ । ମଲ୍‌ ଓ ମାର୍କେଟରେ କରୋନା ଗାଇଡ୍‌ଲାଇନ୍‌ ଠିକ୍‌ ଭାବେ ପାଳନ ହେଉନଥିବାରୁ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ପାର୍ବଣରେ ସତର୍କ ରହିବା ପାଇଁ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଚଠି ଲେଖିଥିଲେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.