ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୨୫ କରୋନା ପଜିଟିଭ୍‌ ଚିହ୍ନଟ, ୩ମୃତ

ଭୁବନେଶ୍ବର(କେନ୍ଯୁଜ୍): ଚିନ୍ତା ବଢାଉଛି ଖୋର୍ଦ୍ଧା। ରେଡ୍‌ ଜୋନ୍‌ ଠାରୁ ଦୂରରେ ନାହିଁ ଜିଲ୍ଲା। ଏବେ ୟେଲୋ ଜୋନ୍‌ରେ ରହିଛି ଖୋର୍ଦ୍ଧା। ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୨୫ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। କେବଳ ଖୋର୍ଦ୍ଧାରୁ ୨୧୧ ନୂଆ କେସ୍‌ ରହିଛି। ଆଉ ୩କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଆଜି ପଜିଟିଭିଟି ରେଟ୍‌ ରହିଛି ୦.୬୫ ପ୍ରତିଶତ ।

୪୨୫ ସଂକ୍ରମିତଙ୍କ ମଧ୍ୟରୁ ୦ରୁ ୧୮ ବର୍ଷ ବୟସ୍କଙ୍କ ମଧ୍ୟରେ ଅଛନ୍ତି ୭୧ ଜଣ । ୨୪ ଘଣ୍ଟାରେ ୬୪ହଜାର ୭୦୯ କୋଭିଡ ଟେଷ୍ଟିଂ ହୋଇଛି । ରାଜ୍ୟରେ ମୋଟ ଆକ୍ଟିଭ୍‌ କେସ୍‌ ରହିଛି ୪ ହଜାର ୫୫୪ । ମଲ୍‌ ଓ ମାର୍କେଟରେ କରୋନା ଗାଇଡ୍‌ଲାଇନ୍‌ ଠିକ୍‌ ଭାବେ ପାଳନ ହେଉନଥିବାରୁ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ପାର୍ବଣରେ ସତର୍କ ରହିବା ପାଇଁ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଚଠି ଲେଖିଥିଲେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ।

ସୂଚନା ଥାଉକି, ଗତକାଲି ରାଜ୍ୟରେ ୪୪୭ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ରାଜ୍ୟରେ ଆଉ ୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିଲା । ଆଜି ପଜିଟିଭିଟି ରେଟ୍ ରହିଥିଲା ୦.୬୪ ପ୍ରତିଶତ । ଖୋର୍ଦ୍ଧାରୁ ୧୮୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଯାହାକି ମୋଟ ଆକ୍ରାନ୍ତଙ୍କ ୪୦.୨୬ ପ୍ରତିଶତ ଥିଲା । ୪୪୭ ସଂକ୍ରମିତଙ୍କ ମଧ୍ୟରୁ ୦ରୁ ୧୮ ବର୍ଷ ବୟସ୍କଙ୍କ ମଧ୍ୟରେ ରହିଥିଲେ ୭୮ ଜଣ । ୨୪ ଘଣ୍ଟାରେ ୬୯ ହଜାର ୧୬୧ କୋଭିଡ ଟେଷ୍ଟିଂ ହୋଇଥିଲା । ରାଜ୍ୟରେ ମୋଟ ଆକ୍ଟିଭ୍ କେସ୍ ରହିଥିଲା ୪ ହଜାର ୫୪୨ ଜଣ ।

Leave A Reply

Your email address will not be published.