ଗତ ୨୪ ଘଣ୍ଟାରେ ରାଜ୍ଯରେ ୩ହଜାର ୩୧୯ନୂଆ ପଜିଟିଭ୍‌ ଚିହ୍ନଟ, ୪୩ ମୃତ

ଭୁବନେଶ୍ବର(କେନ୍ଯୁଜ୍):ରାଜ୍ୟରେ ଗତ ୨୪ ଘଣ୍ଟାରେ ୩ହଜାର ୩୧୯ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଆଉ ୪୩ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ । ଆଜି ପଜିଟିଭିଟି ରେଟ୍‌ ରହିଛି ୫.୦୨ ପ୍ରତିଶତ । ଯାହାକି ଗତକାଲି ଥିଲା ୪.୯୮ ପ୍ରତିଶତ । ୨୪ ଘଣ୍ଟାରେ ୬୬ ହଜାର ୧୦୯ ଟେଷ୍ଟିଂ ହୋଇଥିବାବେଳେ ୫.୦୨ ପ୍ରତିଶତ ପଜିଟିଭିଟି ହାର ରହିଛି।

ଟପ୍‌ ୫ ଜିଲ୍ଲାରେ ରହିଛି କଟକ, ଖୋର୍ଦ୍ଧା, ବାଲେଶ୍ୱର, ମୟୂରଭଞ୍ଜ ଓ ଯାଜପୁର । କଟକରୁ ସର୍ବାଧିକ ୫୬୬ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ୪୪୦, ବାଲେଶ୍ୱରରୁ ୩୯୭, ମୟୂରଭଞ୍ଜରୁ ୧୯୯ ଓ ଯାଜପୁରରୁ ୧୯୪ ରହିଛି କରୋନା କେସ୍‌ । କେବଳ ଏହି ୫ ଜିଲ୍ଲାରୁ ୧୭ ଶହ ୯୬ ସଂକ୍ରମିତ ହୋଇଛନ୍ତି । ୧୯ ଜିଲ୍ଲାରେ ୧୦୦ ତଳେ ରହିଛି ଦୈନିକ ସଂକ୍ରମଣ। ଆକ୍ଟିଭ୍‌ କେସ୍‌ ୩୨ ହଜାର ୪୦୪କୁ ହ୍ରାସ ପାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.