ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୩୩ କରୋନା ପଜିଟିଭ୍‌ ଚିହ୍ନଟ, ୪ମୃତ

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୩୩ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। କେବଳ ଖୋର୍ଦ୍ଧାରୁ ୨୦୭ ନୂଆ କେସ୍‌ ରହିଛି। ଯାହା ମୋଟ ଆକ୍ରାନ୍ତଙ୍କ ୪୭.୮୦ ପ୍ରତିଶତ । ଆଉ ୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଆଜି ପଜିଟିଭ ରେଟ୍‌ ରହିଛି ୦.୬୯ ପ୍ରତିଶତ । ୪୩୩ ସଂକ୍ରମିତଙ୍କ ମଧ୍ୟରୁ ୦ରୁ ୧୮ ବର୍ଷ ବୟସ୍କଙ୍କ ମଧ୍ୟରେ ଅଛନ୍ତି ୬୪ ଜଣ । ୨୪ ଘଣ୍ଟାରେ ୬୧ ହଜାର ୯୩୫ କୋଭିଡ ଟେଷ୍ଟିଂ ହୋଇଛି । ରାଜ୍ୟରେ ମୋଟ ଆକ୍ଟିଭ୍‌ କେସ୍‌ ରହିଛି ୪ ହଜାର ୬୨୩ ।

ସୂଚନା ଥାଉକି, ଗତକାଲି ଅର୍ଥାତ୍ ସୋମବାର ୪୨୫ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ। କେବଳ ଖୋର୍ଦ୍ଧାରୁ ୨୧୧ ନୂଆ କେସ୍‌ ରହିଥିଲା। ଆଉ ୩କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିଲା । ଗତକାଲି ପଜିଟିଭିଟି ରେଟ୍‌ ରହିଥିଲା ୦.୬୫ ପ୍ରତିଶତ ।

୪୨୫ ସଂକ୍ରମିତଙ୍କ ମଧ୍ୟରୁ ୦ରୁ ୧୮ ବର୍ଷ ବୟସ୍କଙ୍କ ମଧ୍ୟରେ ଥିଲେ ୭୧ ଜଣ । ୨୪ ଘଣ୍ଟାରେ ୬୪ହଜାର ୭୦୯ କୋଭିଡ ଟେଷ୍ଟିଂ ହୋଇଥିଲା। ରାଜ୍ୟରେ ମୋଟ ଆକ୍ଟିଭ୍‌ କେସ୍‌ ରହିଥିଲା ୪ ହଜାର ୫୫୪ । ମଲ୍‌ ଓ ମାର୍କେଟରେ କରୋନା ଗାଇଡ୍‌ଲାଇନ୍‌ ଠିକ୍‌ ଭାବେ ପାଳନ ହେଉନଥିବାରୁ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ପାର୍ବଣରେ ସତର୍କ ରହିବା ପାଇଁ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଚଠି ଲେଖିଥିଲେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ।

ସେହିପରି, ଗତ ରବିବାର ରାଜ୍ୟରେ ୪୪୭ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ରାଜ୍ୟରେ ଆଉ ୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିଲା । ଆଜି ପଜିଟିଭିଟି ରେଟ୍ ରହିଥିଲା ୦.୬୪ ପ୍ରତିଶତ । ଖୋର୍ଦ୍ଧାରୁ ୧୮୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଯାହାକି ମୋଟ ଆକ୍ରାନ୍ତଙ୍କ ୪୦.୨୬ ପ୍ରତିଶତ ଥିଲା । ୪୪୭ ସଂକ୍ରମିତଙ୍କ ମଧ୍ୟରୁ ୦ରୁ ୧୮ ବର୍ଷ ବୟସ୍କଙ୍କ ମଧ୍ୟରେ ରହିଥିଲେ ୭୮ ଜଣ । ୨୪ ଘଣ୍ଟାରେ ୬୯ ହଜାର ୧୬୧ କୋଭିଡ ଟେଷ୍ଟିଂ ହୋଇଥିଲା । ରାଜ୍ୟରେ ମୋଟ ଆକ୍ଟିଭ୍ କେସ୍ ରହିଥିଲା ୪ ହଜାର ୫୪୨ ଜଣ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.