ରାଜ୍ୟରେ ଆଉ ୪୪୪ କରୋନା ପଜିଟିଭ୍‌ ଚିହ୍ନଟ, ୦ରୁ ୧୮ ବର୍ଷ ଭିତରେ ୫୯ ଜଣ

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟରେ ଆଉ ୪୪୪ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଆଜି ପଜିଟିଭ୍‌ ହାର ରହିଛି ୦.୭୦ ପ୍ରତିଶତ । ୪୪୪ ସଂକ୍ରମିତଙ୍କ ଭିତରେ ୦ରୁ ୧୮ ବର୍ଷ ଭିତରେ ଅଛନ୍ତି ୫୯ ଜଣ ।

ଆଜି ଖୋର୍ଦ୍ଧାରୁ ସର୍ବାଧିକ ୧୭୦ ନୂଆ ଆକ୍ରାନ୍ତ ଚିହ୍ନଡ ହୋଇଛନ୍ତି । କେବଳ ଖୋର୍ଦ୍ଧା ଜିଲ୍ଲାକୁ ବାଦ୍‌ ଦେଲେ ଅନ୍ୟ ସବୁ ଜିଲ୍ଲାରେ ୧୦୦ ତଳେ ରହିଛି ସଂକ୍ରମଣ । ୨୪ ଘଣ୍ଟାରେ ୬୨ ହଜାର ୭୧୫ କୋଭିଡ ଟେଷ୍ଟିଂ ହୋଇଛି । ରାଜ୍ୟରେ ଏବେ ଆକ୍ଟିଭ କେସ୍‌ ରହିଛି ୫ ହଜାର ୭୦୨ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.