ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୪୮ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ୬ମୃତ

ଭୁବନେଶ୍ବର(କେନ୍ଯୁଜ୍) : ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୪୮ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବିଗତ ଏକ ସପ୍ତାହ ଧରି ରାଜ୍ୟରେ ଦୈନିକ ସଂକ୍ରମଣ ୫୦୦ ଉପରକୁ ରହୁଥିବାବେଳେ ଆଜି ତାହା ୫୦୦ ତଳକୁ ଖସିଆସିଛି ।

ଏହି ୪୪୮ ଜଣ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୫୯ ଜଣଙ୍କ ବୟସ ୧୮ ବର୍ଷରୁ କମ । ସେହିପରି ମୋଟ ୪୪୮ ଆକ୍ରାନ୍ତଙ୍କ ମଧ୍ୟରୁ ୨୫୯ ଜଣ କ୍ବାରାଣ୍ଟାଇନରୁ ଓ ୧୮୯ ଜଣ ସ୍ଥାନୀୟ ସଂକ୍ରମିତ ବୋଲି ସରକାରୀ ତଥ୍ୟରୁ ଜଣାପଡ଼ିଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୨୦ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଚିହ୍ନଟ ହୋଇଥିବା ୪୪୮ ଜଣଙ୍କ ମଧ୍ୟରୁ ଅନୁଗୁଳରୁ ୨ଜଣ, ବାଲେଶ୍ୱରରୁ ୧୩ ଜଣ, ବରଗଡ଼ରୁ ୧ ଜଣ, ଭଦ୍ରକରୁ ୩ ଜଣ, କଟକରୁ ୪୮ ଜଣ,  ଦେବଗଡ଼ରୁ ଜଣେ, ଢେଙ୍କାନାଳରୁ ୪ ଜଣ, ଗଜପତି ଓ ଗଞ୍ଜାମରୁ ଜଣେ ଲେଖାଏଁ, ଜଗତସିଂହପୁରରୁ ୧୯ ଜଣ, ଯାଜପୁରରୁ ୧୨ ଜଣ, ଝାରସୁଗୁଡ଼ାରୁ ୪, କେନ୍ଦ୍ରାପଡ଼ାରୁ ୧୩ ଜଣ, କେନ୍ଦୁଝରରୁ ୩ଜଣ, କୋରାପୁଟ ଓ ମାଲକାନଗିରିରୁ ୨ଜଣ ଲେଖାଏଁ, ମୟୁରଭଞ୍ଜରୁ ୧୭ ଜଣ, ନବରଂଗପୁରରୁ ଜଣେ, ନୟାଗଡ଼ରୁ ୪ ଜଣ, ନୂଆପଡ଼ାରୁ ୨ଜଣ, ପୁରୀରୁ ୧୨ଜଣ, ରାୟଗଡ଼ାରୁ ୧ ଜଣ, ସମ୍ୱଲପୁରରୁ ୯ ଜଣ, ସୁନ୍ଦରଗଡ଼ରୁ ୧୦ ଜଣ ଓ ଷ୍ଟେଟ ପୁଲରୁ ୫୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହା ସହିତ ଆଜି ୬ଜଣଙ୍କ ଜୀବନ ନେଇଛି କରୋନା।

ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୦୩୨୧୪୪ ଜଣ ପଜିଟିଭ ଚିହ୍ନଟ ହେଲେଣି । ଏମାନଙ୍କ ଭିତରୁ ୧୦୧୮୭୪୯ ଜଣ ସୁସ୍ଥ ହୋଇଛନ୍ତି। ଏବେ ବି ୫୦୮୭ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି ।

ସୂଚନା ଥାଉକି, ଗତକାଲି ୬୫୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୩୧ଜଣ ଚିହ୍ନଟ ହୋଇଥିଲେ। ହଠାତ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ଚିନ୍ତାର ବିଷୟ ପାଲଟିଛି। ସେପ୍ଟେମ୍ବର ୨୨ତାରିଖରେ ସର୍ବାଧିକ ୭୩୪ଜଣ ଚିହ୍ନଟ ହୋଇଥିବା ବେଳେ ଅକ୍ଟୋବର ୪ରେ ଏହା ୪୦୭କୁ ଖସିଥିଲା। ରାଜ୍ୟ ସରକାର ପାର୍ବଣ ସମୟ ଚାଲେଞ୍ଜପୂର୍ଣ୍ଣ ହେବ ବୋଲି କହୁଥିବା ବେଳେ ଦଶହରାର କିଛି ଦିନ ପୂର୍ବରୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ରାଜ୍ୟ ସରକାରଙ୍କ ପାଇଁ ନୂଆ ଚାଲେଞ୍ଜ ସୃଷ୍ଟି କରିଛି।

Leave A Reply

Your email address will not be published.