ଆଜି ରାଜ୍ଯରେ ୨୯୧୭ କରୋନା ପଜିଟିଭ୍ ଚିହ୍ନଟ, ଗଲା ୪୫ ଜଣଙ୍କ ଜୀବନ

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟରେ ଗତ ୨୪ ଘଣ୍ଟାରେ ୨ ହଜାର ୯୧୭ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଆଉ ୪୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ । ଆଜି ପଜିଟିଭିଟି ରେଟ୍‌ ରହିଛି ୪.୦୭ ପ୍ରତିଶତ । ଯାହାକି ଗତକାଲି ଥିଲା ୪.୩୪ ପ୍ରତିଶତ । ୨୪ ଘଣ୍ଟାରେ ୭୧ ହଜାର ୫୫୪ ଟେଷ୍ଟିଂ ହୋଇଥିଲା।

ଟପ୍‌ ୫ ଜିଲ୍ଲାରେ ରହିଛି ଖୋର୍ଦ୍ଧା, କଟକ, ବାଲେଶ୍ୱର, ଯାଜପୁର ଓ ମୟୂରଭଞ୍ଜ। ଖୋର୍ଦ୍ଧାରୁ ସର୍ବାଧିକ ୫୪୯ ପଜିଟିଭ୍‌ ବାହାରିଛନ୍ତି । କଟକରୁ ୪୨୨, ବାଲେଶ୍ୱରରୁ ୨୩୭, ଯାଜପୁରରୁ ୨୧୮ ଓ ମୟୂରଭଞ୍ଜରୁ ୧୬୫ ରହିଛି ରୋନା କେସ୍‌ । କେବଳ ଏହି ୫ ଜିଲ୍ଲାାରୁ ୧୫ ଶହ ୯୧ ସଂକ୍ରମିତ ହୋଇଛନ୍ତି। ୨୨ ଜିଲ୍ଲାରେ ୧୦୦ ତଳେ ରହିଛି ଦୈନିକ ସଂକ୍ରମଣ । ଆକ୍ଟିଭ୍‌ କେସ୍‌ ୩୦ ହଜାର ୫୫୭କୁ ହ୍ରାସ ପାଇଛି।

Leave A Reply

Your email address will not be published.