ରାଜ୍ୟରେ ଗତ ୨୪ ଘଣ୍ଟାରେ ୩ ହଜାର ୨୨୨ ପଜିଟିଭ୍‌ ଚିହ୍ନଟ, ଗଲା ୪୬ଜଣଙ୍କ ଜୀବନ

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟରେ ଗତ ୨୪ ଘଣ୍ଟାରେ ୩ ହଜାର ୨୨୨ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଆଉ ୪୬ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ । ଆଜି ପଜିଟିଭିଟି ରେଟ୍‌ ରହିଛି ୪.୩୪ ପ୍ରତିଶତ । ଯାହାକି ଗତକାଲି ଥିଲା ୪.୧୭ ପ୍ରତିଶତ । ୨୪ ଘଣ୍ଟାରେ ୭୪ ହଜାର ୨୨୫ ଟେଷ୍ଟିଂ ହୋଇଥିଲା। ଟପ୍‌ ୫ ଜିଲ୍ଲାରେ ରହିଛି କଟକ, ଖୋର୍ଦ୍ଧା, ଜଗତସିଂହପୁର, ବାଲେଶ୍ୱର ଓ ମୟୂରଭଞ୍ଜ । କଟକରୁ ସର୍ବାଧିକ ୬୧୯ ପଜିଟିଭ୍‌ ବାହାରିଛନ୍ତି । ଖୋର୍ଦ୍ଧାରୁ ୪୨୨, ଜଗତସିଂହପୁରରୁ ୨୧୨, ବାଲେଶ୍ୱରରୁ ୨୦୮ ଓ ମୟୂରଭଞ୍ଜରୁ ୧୯୫ ରହିଛି ରୋନା କେସ୍‌ । କେବଳ ଏହି ୫ ଜିଲ୍ଲାାରୁ ୧୬ ଶହ ୫୬ ସଂକ୍ରମିତ ହୋଇଛନ୍ତି। ୨୨ ଜିଲ୍ଲାରେ ୧୦୦ ତଳେ ସଂକ୍ରମଣ । ଆକ୍ଟିଭ୍‌ କେସ୍‌ ରହିଛି ୩୧ ହଜାର ୨୩୧କୁ ହ୍ରାସ ପାଇଛି।

ରାଜ୍ୟରେ ୨୧ ଜିଲ୍ଲା ଗ୍ରୀନ୍‌ ଜୋନରେ ରହିଛି। ୩ ଜିଲ୍ଲା ରେଡ୍‌ ଜୋନରେ ଥିବାବେଳେ ୟେଲୋ ଜୋନରେ ରହିଛି ୬ ଜିଲ୍ଲା। ମୟୂରଭଞ୍ଜରେ ସର୍ବାଧିକ ୮.୬ ପ୍ରତିଶତ ପଜିଟିଭିଟି ରେଟ୍‌ ରହିଛି। ହେଲେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଖୋର୍ଦ୍ଧାରେ କମୁଛି ସଂକ୍ରମଣ ହାର। ଗତକାଲି ୫.୫ ପ୍ରତିଶତ ସଂକ୍ରମଣ ଥିବାବେଳେ ଆଜି ୫.୧ ପ୍ରତିଶତକୁ ଖସିଛି।

Leave A Reply

Your email address will not be published.