ରାଜ୍ୟରେ କମୁଛି ଦୈନିକ ସଂକ୍ରମଣ: ୨୪ ଘଣ୍ଟାରେ ଆଉ ୫୧୦ କରୋନା ପଜିଟିଭ୍ ଚିହ୍ନଟ, ୬ମୃତ
ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟରେ କମୁଛି ଦୈନିକ ସଂକ୍ରମଣ । ୨୪ ଘଣ୍ଟାରେ ଆଉ ୫୧୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଆଜି ପଜିଟିଭ୍ ହାର ରହିଛି ୦.୮୧ ପ୍ରତିଶତ । ୫୧୦ ସଂକ୍ରମିତଙ୍କ ଭିତରେ ୦ରୁ ୧୮ ବର୍ଷ ଭିତରେ ଅଛନ୍ତି ୭୯ ଜଣ ।
ଆଜି ଖୋର୍ଦ୍ଧାରୁ ସର୍ବାଧିକ ୧୯୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କେବଳ ଖୋର୍ଦ୍ଧା ଜିଲ୍ଲାକୁ ବାଦ୍ ଦେଇ ଅନ୍ୟ ସବୁ ଜିଲ୍ଲାରେ ୧୦୦ ତଳେ ରହିଛି ସଂକ୍ରମଣ । ୨୪ ଘଣ୍ଟାରେ ୬୨ ହଜାର ୫୦୯ କୋଭିଡ୍ ଟେଷ୍ଟିଂ ହୋଇଛି। ରାଜ୍ୟରେ ଏବେ ଆକ୍ଟିଭ୍ କେସ୍ ରହିଛି ୫ ହଜାର ୪୯୪। ଅନ୍ଯପଟେ ଆଜି ୬ଜଣଙ୍କ ଜୀବନ ନେଇଛି କରୋନା ମହାମାରୀ ।