ରାଜ୍ୟରେ ଗତ ୨୪ ଘଣ୍ଟାରେ ୫୫୯ କରୋନା ପଜିଟିଭ୍ ଚିହ୍ନଟ, ୨ମୃତ

ଭୁବନେଶ୍ବର(କେନ୍ଯୁଜ୍): ଆଜି ପୁଣି ରାଜ୍ୟରେ ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୫୫୯ କରୋନା ପଜିଟିଭ । ଆଉ ଗତ ୨୪ ଘଣ୍ଟାରେ ୨ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଆଜି ପଜିଟିଭି ରେଟ୍‌ ରହିଛି ୦.୭୯ପ୍ରତିଶତ । ତେବେ ଚିନ୍ତା ବଢାଉଛି ଖୋର୍ଦ୍ଧା । କେବଳ ଖୋର୍ଦ୍ଧାରୁ ୨୭୯ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଯାହାକି ମୋଟ ଆକ୍ରାନ୍ତଙ୍କ ୪୯.୯୧ ପ୍ରତିଶତ । ୫୫୯ ସଂକ୍ରମିତଙ୍କ ମଧ୍ୟରୁ ୦ରୁ ୧୮ ବର୍ଷ ଭିତରେ ରହିଛନ୍ତି ୭୧ ଜଣ । ୨୪ ଘଣ୍ଟାରେ ୭୦ ହଜାର ୫୮୬ କୋଭିଡ ଟେଷ୍ଟିଂ ହୋଇଥିବା ସହିତ ରାଜ୍ୟରେ ବର୍ତ୍ତମାନ ମୋଟ ଆକ୍ଟିଭ୍‌ କେସ୍‌ ରହିଛି ୪ ହଜାର ୭୮୫ଜଣ ।

ସୂଚନା ଥାଉକି, ରାଜ୍ୟରେ ଗତକାଲି ୫୫୬ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଆଉ ୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିଲା । ଗତକାଲି ପଜିଟିଭି ରେଟ୍‌ ରହିଥିଲା ୦.୯୭ ପ୍ରତିଶତ । ତେବେ ଚିନ୍ତା ବଢାଉଛି ଖୋର୍ଦ୍ଧା। କେବଳ ଖୋର୍ଦ୍ଧାରୁ ଗତକାଲି ୩୦୫ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଥିଲା । ଯାହାକି ମୋଟ ଆକ୍ରାନ୍ତଙ୍କ ୫୪.୮୫ ପ୍ରତିଶତ । ୫୫୬ ସଂକ୍ରମିତଙ୍କ ମଧ୍ୟରୁ ୦ରୁ ୧୮ ବର୍ଷ ଭିତରେ ରହିଥିଲେ ୮୭ ଜଣ ।

ଗତକାଲି ଅନୁଗୁଳରୁ ୫ ଜଣ, ବାଲେଶ୍ୱରରୁ ୧୦ ଜଣ, ଭଦ୍ରକରୁ ୮ ଜଣ, ବଲାଙ୍ଗୀରରୁ ୧ ଜଣ, ବୌଦ୍ଧରୁ ୭ ଜଣ, କଟକରୁ ୪୧ ଜଣ, ଢେଙ୍କାନାଳରୁ ୧ ଜଣ, ଗଞ୍ଜାମରୁ ୩ ଜଣ, ଜଗତସିଂହପୁରରୁ ୧୧ ଜଣ, ଯାଜପୁରରୁ ୧୧ ଜଣ, କେନ୍ଦ୍ରାପଡ଼ାରୁ ୮ ଜଣ, କେନ୍ଦୁଝରରୁ ୩ ଜଣ, ଖୋର୍ଦ୍ଧାରୁ ୩୦୫ ଜଣ, କୋରାପୁଟରୁ ୩ ଜଣ, ମାଲକାନଗିରିରୁ ୧ ଜଣ, ମୟୂରଭଞ୍ଜରୁ ୧୫ ଜଣ, ପୁରୀରୁ ୧୨ ଜଣ, ସମ୍ୱଲପୁରରୁ ୧୭ ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୧୮ ଜଣ ଓ ଷ୍ଟେଟ ପୁଲରୁ ୭୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.