ରାଜ୍ଯରେ ଗତ ୨୪ ଘଣ୍ଟାରେ ୧୬୪୮ ପଜିଟିଭ୍ ଚିହ୍ନଟ, ୫୮ ଆକ୍ରାନ୍ତ ମୃତ

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟରେ ପୁଣି ୨ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ । ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୬ଶହ ୪୮ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। କଟକରୁ ସର୍ବାଧିକ ୩୩୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ୨୩୦, ଯାଜପୁରରୁ ୧୧୩, ଜଗତସିଂହପୁରରୁ ୧୧୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଉ ୫୮ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

ଏହାକୁ ମିଶାଇ ରାଜ୍ୟରେ ୫ ହଜାର ୧୧୬କୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଛି । ଆଜି ପଜିଟିଭିଟି ରେଟ୍‌ ରହିଛି ୨.୩୬ ପ୍ରତିଶତ । ୨୪ ଘଣ୍ଟାରେ ୬୯ ହଜାର ୮୧୨ ଟେଷ୍ଟିଂ ହୋଇଛି । ୨୬ ଜିଲ୍ଲାରେ ୧୦୦ ତଳେ ରହିଛି ଦୈନିକ ସଂକ୍ରମଣ । ରାଜ୍ୟରେ ଆକ୍ଟିଭ କେସ୍‌ ରହିଛି ୨୦ ହଜାର ୩୮୭ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.