ରାଜ୍ୟରେ ଗତ ୨୪ ଘଣ୍ଟାରେ ୨ହଜାର ୩୩୪ ପଜିଟିଭ୍‌ ଚିହ୍ନଟ, ୫୮ ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟରେ ଗତ ୨୪ ଘଣ୍ଟାରେ ୨ହଜାର ୩୩୪ ପଜିଟିଭ୍‌ ଚିହ୍ନଟ । ଆଉ ୫୮ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ । ଆଜି ପଜିଟିଭିଟି ରେଟ୍‌ ୩.୦୮ ପ୍ରତିଶତ । ଯାହାକି ଗତକାଲି ୩.୫୭ ପ୍ରତିଶତ । ୨୪ ଘଣ୍ଟାରେ ୭୫ ହଜାର ୬୫୩ ଟେଷ୍ଟିଂ ହୋଇଥିଲା । ଟପ୍‌ ୫ ଜିଲ୍ଲାରେ ରହିଛି ଖୋର୍ଦ୍ଧା, କଟକ, କେନ୍ଦ୍ରାପଡା, ଯାଜପୁର ଓ ବାଲେଶ୍ୱର ।

ଖୋର୍ଦ୍ଧାରୁ ସର୍ବାଧିକ ୩୮୦ ପଜିଟିଭ୍‌ ବାହାରିଛନ୍ତି । କଟକରୁ ୩୭୧, କେନ୍ଦ୍ରାପଡାରୁ ୧୯୬, ଯାଜପୁରରୁ ୧୭୯ ଓ ବାଲେଶ୍ୱରରୁ ୧୬୪ ରହିଛି କରୋନା କେସ୍‌ । କେବଳ ଏହି ୫ ଜିଲ୍ଲାରୁ ୧୨ ଶହ ୯୦ ସଂକ୍ରମିତ ହୋଇଛନ୍ତି । ୨୧ ଜିଲ୍ଲାରେ ୧୦୦ ତଳେ ରହିଛି ସଂକ୍ରମଣ। ଏବେ ଆକ୍ଟିଭ୍‌ କେସ୍‌ ୨୬ ହଜାର ୩୬୪ କୁ ହ୍ରାସ ପାଇଛି। ୫ ପ୍ରତିଶତ ତଳେ ରହିଛି ୨୬ ଜିଲ୍ଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.