ରାଜ୍ୟରେ ଗତ ୨୪ ଘଣ୍ଟାରେ ୫ ହଜାର ୮୯୬ ପଜିଟିଭ୍‌ ଚିହ୍ନଟ, ଗଲା ୪୫ ଜଣଙ୍କ ଜୀବନ

ଭୁବନେଶ୍ବର: ରାଜ୍ୟରେ ୮ ପ୍ରତିଶତକୁ ଖସିଲା ସଂକ୍ରମଣ । ଆଜି ପଜିଟିଭିଟି ରେଟ୍‌ ରହିଛି ୮.୫୫ ପ୍ରତିଶତ । ଯାହାକି ଗତକାଲି ଥିଲା ୯.୧୦ ପ୍ରତିଶତ। ୨୪ ଘଣ୍ଟାରେ ୬୮ ହଜାର ୮୯୬ ଟେଷ୍ଟିଂ ହୋଇଥିବାବେଳେ ୫ ହଜାର ୮୯୬ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଟପ୍‌ ୫ ଜିଲ୍ଲାରେ ରହିଛି ଖୋର୍ଦ୍ଧା, ଯାଜପୁର, ଅନୁଗୁଳ, ବାଲେଶ୍ୱର ଓ ଭଦ୍ରକ ।

ଖୋର୍ଦ୍ଧାରୁ ସର୍ବାଧିକ ୮୫୩ ଆକ୍ରାନ୍ତ ହୋଇଛନ୍ତି। ଯାଜପୁରରୁ ୪୧୩, ଅନୁଗୁଳରୁ ୩୮୫, ବାଲେଶ୍ୱରରୁ ୩୭୩ ଓ ଭଦ୍ରକରୁ ୩୭୦ ନୂଆ କେସ୍‌ ଆସିଛି। କେବଳ ଏହି ୫ ଜିଲ୍ଲାରୁ ୨ହଜାର ୩୯୪ ରହିଛି କରୋନା କେସ୍‌। ଆକ୍ଟିଭ୍‌ କେସ୍‌ ରହିଛି ୭୪ ହଜାର ୧୭୨ । ୧୨ ଜିଲ୍ଲାରେ ୧୦୦ ତଳେ ରହିଛି ସଂକ୍ରମଣ। ଅନ୍ଯପଟେ ଆଜି ରାଜ୍ଯରେ ୪୫ ଜଣଙ୍କ ଜୀବନ ନେଲା କରୋନା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.