ରାଜ୍ୟରେ ଗତ ୨୪ ଘଣ୍ଟାରେ ୨ହଜାର ୮୦୬ ପଜିଟିଭ୍‌ ଚିହ୍ନଟ, ୬୧ ମୃତ

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟରେ ଅଧିକ ସୁସ୍ଥ ସାଙ୍ଗକୁ ଅଧିକ ମୃତ୍ୟୁ । ଗତ ୨୪ ଘଣ୍ଟାରେ ୨ହଜାର ୮୦୬ ପଜିଟିଭ୍‌ ଚିହ୍ନଟ । ଆଉ ୬୧ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ । ଆଜି ପଜିଟିଭିଟି ରେଟ୍‌ ୩.୫୭ ପ୍ରତିଶତ । ଯାହାକି ଗତକାଲି ୩.୪୯ ପ୍ରତିଶତ । ୨୪ ଘଣ୍ଟାରେ ୭୮ ହଜାର ୫୬୦ ଟେଷ୍ଟିଂ ହୋଇଥିଲା । ଟପ୍‌ ୫ ଜିଲ୍ଲାରେ ରହିଛି ଖୋର୍ଦ୍ଧା, କଟକ, ଯାଜପୁର, ବାଲେଶ୍ୱର ଓ ପୁରୀ ।

ଖୋର୍ଦ୍ଧାରୁ ସର୍ବାଧିକ ୫୯୦ ପଜିଟିଭ୍‌ ବାହାରିଛନ୍ତି । କଟକରୁ ୪୪୧, ଯାଜପୁରରୁ ୨୫୨, ବାଲେଶ୍ୱରରୁ ୧୫୩ ଓ ପୁରୀରୁ ୧୩୮ ରହିଛି କରୋନା କେସ୍‌ । କେବଳ ଏହି ୫ ଜିଲ୍ଲାରୁ ୧୫ ଶହ ୭୪ ସଂକ୍ରମିତ ହୋଇଛନ୍ତି । ୨୧ ଜିଲ୍ଲାରେ ୧୦୦ ତଳେ ରହିଛି ସଂକ୍ରମଣ। ଏବେ ଆକ୍ଟିଭ୍‌ କେସ୍‌ ୨୭ ହଜାର ୪୨୯କୁ ହ୍ରାସ ପାଇଛି। ରାଜ୍ୟରେ ଗ୍ରୀନ୍‌ ଜୋନରେ ରହିଛି ୨୨ ଜିଲ୍ଲା । ରେଡ୍‌ ଜୋନ୍‌ରେ ୨ ଜିଲ୍ଲା ଥିବାବେଳେ ୟେଲୋ ଜୋନରେ ରହିଛି ୬ ଜିଲ୍ଲା। ମୟୂରଭଞ୍ଜରେ ସର୍ବାଧିକ ପଜିଟିଭିଟି ରେଟ୍‌ ୧୭.୮ ପ୍ରତିଶତ ରହିଛି।

Leave A Reply

Your email address will not be published.