ରାଜ୍ଯରେ ଆଉ ୬,୧୧୮ କରୋନା ପଜିଟିଭ୍ ଚିହ୍ନଟ, ୩ ହଜାର ଟପିଲା ମୃତ୍ୟୁ ସଂଖ୍ଯା

ଭୁବନେଶ୍ବର: ରାଜ୍ୟରେ କମୁଛି କରୋନା ସଂକ୍ରମଣ । ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬,୧୧୮ ଜଣ କରୋନା ରୋଗୀ। ଏମାନଙ୍କ ମଧ୍ୟରୁ ୩୪୫୩ କ୍ୱାରେଣ୍ଟିନ ସେଣ୍ଟରରେ ଥିବାବେଳେ ୨,୬୬୫ ଲୋକାଲ କଣ୍ଟାକ୍ଟରୁ ଚିହ୍ନଟ । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି।

  ସେହିପରି ଟପ୍‌ ୫ ଜିଲ୍ଲାରେ ରହିଛି କଟକ,ଯାଜପୁର, ଖୋର୍ଦ୍ଧା, ଅନୁଗୁଳ ଓ ପୁରୀ। ଆଜି କଟକରୁ ସର୍ବାଧିକ ୬୪୦ ପଜିଟିଭ୍‌ ବାହାରିଛନ୍ତି । ଯାଜପୁରରୁ ୫୧୩, ଖୋର୍ଦ୍ଧାରୁ ୪୯୫, ଅନୁଗୁଳରୁ ୪୧୬ ଓ ପୁରୀରୁ ୩୯୮ ନୂଆ କେସ୍‌ ରହିଛି। କେବଳ ଏହି ୫ ଜିଲ୍ଲାରୁ ୨ ହଜାର ୪୬୨ ରହିଛି କରୋନା କେସ୍‌। ୮ ଜିଲ୍ଲାରେ ୧୦୦ ତଳେ ରହିଛି ସଂକ୍ରମଣ। ରାଜ୍ୟରେ ଆକ୍ଟିଭ୍‌ କେସ୍‌ ରହିଛି ୭୬ ହଜାର ୭୫୦ ।

ଅନ୍ଯପଟେ ରାଜ୍ଯରେ ଆଜି ୪୧ ଜଣଙ୍କ ଜୀବନ ନେଲା କରୋନା । ଏହାକୁ ମିଶାଇ ରାଜ୍ଯରେ ୩ ହଜାର ଟପିଲା କରୋନା ମୃତ୍ୟୁ ସଂଖ୍ଯା । ମୋଟ ମୃତ୍ୟୁସଂଖ୍ୟା ୩ ହଜାର ୩୫କୁ ବୃଦ୍ଧି ପାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.