ରାଜ୍ୟରେ ଗତ ୨୪ ଘଣ୍ଟାରେ ୧ ହଜାର ୬୩୭ ପଜିଟିଭ୍‌ ଚିହ୍ନଟ, ୬୨ ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟରେ ଗତ ୨୪ ଘଣ୍ଟାରେ ୧ ହଜାର ୬୩୭ ପଜିଟିଭ୍‌ ଚିହ୍ନଟ । ଆଉ ୬୨କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଆଜି ପଜିଟିଭିଟି ରେଟ୍‌ ରହିଛି ୨.୧୯ ପ୍ରତିଶତ । ଯାହାକି ଗତକାଲି ଥିଲା ୨.୫୮ ପ୍ରତିଶତ । ୨୪ ଘଣ୍ଟାରେ ୭୪ ହଜାର ୫୫୩ ଟେଷ୍ଟିଂ ହୋଇଛି ।

ଖୋର୍ଦ୍ଧାରୁ ସର୍ବାଧିକ ୩୫୦ ସଂକ୍ରମିତ ହୋଇଛନ୍ତି । କଟକରୁ ୨୫୦, ଅନୁଗୁଳରୁ ୧୦୦ ,ଜଗତସିଂହପୁରରୁ ୮୫ ଓ ଯାଜପୁରରୁ ୮୦ ରହିଛି କରୋନା କେସ୍‌ । ରାଜ୍ୟରେ ଆକ୍ଟିଭ୍‌ କେସ୍‌ ରହିଛି ୧୮ ହଜାର ୩୮୧ । ୨୬ ଜିଲ୍ଲାରେ ୧୦୦ ତଳେ ରହିଛି ସଂକ୍ରମଣ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.