ରାଜ୍ୟରେ ଗତ ୨୪ ଘଣ୍ଟାରେ ୧ ହଜାର ୯୯୩ ନୂଆ ପଜିଟିଭ୍‌ ଚିହ୍ନଟ, ଗଲା ୬୩ ଆକ୍ରାନ୍ତଙ୍କ ଜୀବନ

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟରେ ଲଗାତାର ୨ଦିନ ଧରି ୨ ପ୍ରତିଶତରେ ସଂକ୍ରମଣ । ଗତ ୨୪ ଘଣ୍ଟାରେ ୧ ହଜାର ୯୯୩ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଆଉ ୬୩ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଆଜି ପଜିଟିଭିଟି ରେଟ୍‌ ରହିଛି ୨.୭୩ ପ୍ରତିଶତ । ଯାହାକି ଗତକାଲି ୨.୯୦ ପ୍ରତିଶତ । ୨୪ ଘଣ୍ଟାରେ ୭୨ ହଜାର ୭୫୪ ଟେଷ୍ଟିଂ ହୋଇଥିଲା ।

ଟପ୍‌ ୫ ଜିଲ୍ଲାରେ ରହିଛି ଖୋର୍ଦ୍ଧା, କଟକ, ବାଲେଶ୍ୱର, ପୁରୀ ଓ ଯାଜପୁର। ଖୋର୍ଦ୍ଧାରୁ ସର୍ବାଧିକ ୩୨୨ ପଜିଟିଭ୍‌ ବାହାରିଛନ୍ତି । କଟକରୁ ୨୯୭, ବାଲେଶ୍ୱରରୁ ୧୮୧, ପୁରୀରୁ ୧୪୪ ଓ ଯାଜପୁରରୁ ୧୪୧ ରହିଛି କରୋନା କେସ୍‌। କେବଳ ଏହି ୫ ଜିଲ୍ଲାରୁ ୧ ହଜାର ୮୫ ସଂକ୍ରମିତ ହୋଇଛନ୍ତି । ୨୪ ଜିଲ୍ଲାରେ ୧୦୦ ତଳେ ରହିଛି ଦୈନିକ ସଂକ୍ରମଣ। ରାଜ୍ୟରେ ଆକ୍ଟିଭ୍‌ କେସ୍‌ ୨୫ ହଜାର ତଳକୁ ଖସିଛି। ଏବେ ଆକ୍ଟିଭ୍‌ କେସ୍‌ ରହିଛି ୨୪ ହଜାର ୫୬୭ । ରାଜ୍ୟରେ ୨୩ ଜିଲ୍ଲା ଗ୍ରୀନ୍‌ ଜୋନ୍‌ରେ ରହିଛି ।୨ ଜିଲ୍ଲା ରେଡ ଜୋନ୍‌ରେ ଥିବାବେଳେ ୫ ଜିଲ୍ଲା ୟେଲୋ ଜୋନରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.