ରାଜ୍ୟରେ ଗତ ୨୪ ଘଣ୍ଟାରେ ୨ ହଜାର ୨୧୫ ନୂଆ ପଜିଟିଭ୍‌ ଚିହ୍ନଟ, ୬୬ ଆକ୍ରାନ୍ତ ମୃତ

ଭୁବନେଶ୍ବର(କେନ୍ଯୁଜ୍): ଚିନ୍ତା ବଢାଉଛି ଖୋର୍ଦ୍ଧା ଓ କଟକ। ରାଜ୍ୟରେ ଗତ ୨୪ ଘଣ୍ଟାରେ ୨ ହଜାର ୨୧୫ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। କେବଳ ଖୋର୍ଦ୍ଧାରୁ ୪୮୩ ଓ କଟକରୁ ୩୪୮ ନୂଆ କେସ୍‌ ରହିଛି। ଯାହା ଟେନସନର କାରଣ ପାଲଟିଛି। ଆଉ ୬୬ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

ଏହାକୁ ମିଶାଇ ରାଜ୍ୟରେ ୫ହଜାର ଟପିଛି ମୃତକଙ୍କ ସଂଖ୍ୟା। ଆଜି ପଜିଟିଭିଟି ରେଟ୍‌ ରହିଛି ୨.୮୫ ପ୍ରତିଶତ। ୨୪ ଘଣ୍ଟାରେ ୭୭ ହଜାର ୫୧୯ ଟେଷ୍ଟିଂ ହୋଇଥିଲା । ୨୫ ଜିଲ୍ଲାରେ ୧୦୦ ତଳେ ରହିଛି ଦୈନିକ ସଂକ୍ରମଣ। ରାଜ୍ୟରେ ଆକ୍ଟିଭ୍‌ କେସ୍‌ ରହିଛି ୨୧ ହଜାର ୨୮୯କୁ ହ୍ରାସ ପାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.