ରାଜ୍ୟରେ ଗତ ୨୪ ଘଣ୍ଟାରେ ୧ ହଜାର ୯୪୮ ପଜିଟିଭ୍‌ ଚିହ୍ନଟ, ଗଲା ୬୭ ଆକ୍ରାନ୍ତଙ୍କ ଜୀବନ

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟରେ ଲଗାତାର ୨ ହଜାର ତଳେ ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ୧ ହଜାର ୯୪୮ ପଜିଟିଭ୍‌ ଚିହ୍ନଟ । ଆଉ ୬୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଆଜି ପଜିଟିଭିଟି ରେଟ୍‌ ରହିଛି ୨.୪୫ ପ୍ରତିଶତ । ଯାହାକି ଗତକାଲି ଥିଲା ୨.୬୭ ପ୍ରତିଶତ । ୨୪ ଘଣ୍ଟାରେ ୭୯ ହଜାର ୩୭୨ ଟେଷ୍ଟିଂ ହୋଇଛି ।

ଖୋର୍ଦ୍ଧାରୁ ସର୍ବାଧିକ ୪୮୦ ସଂକ୍ରମିତ ହୋଇଛନ୍ତି । କଟକରୁ ୨୭୯, ଯାଜପୁରରୁ ୧୧୫, ଜଗତସିଂହପୁରରୁ ୧୧୩ ଓ କେନ୍ଦ୍ରାପଡାରୁ ୧୧୨ ରହିଛି କରୋନା କେସ୍‌ । ରାଜ୍ୟରେ ୨୦ ହଜାର ତଳେ ରହିଛି ଆକ୍ଟିଭ୍‌ କେସ୍‌ । ଏବେ ଆକ୍ଟିଭ୍‌ କେସ୍‌ ରହିଛି ୧୯ ହଜାର ୬୨୩ । ୨୫ ଜିଲ୍ଲାରେ ୧୦୦ ତଳେ ରହିଛି ସଂକ୍ରମଣ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.