ରାଜ୍ୟରେ ଗତ ୨୪ ଘଣ୍ଟାରେ ୧ ହଜାର ୮୬୪ ପଜିଟିଭ୍‌ ଚିହ୍ନଟ, ୬୮ ମୃତ

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟରେ ପ୍ଲାଟୋ ସ୍ଥିତିରେ ଅଛି ସଂକ୍ରମଣ । ଗତ ୨୪ ଘଣ୍ଟାରେ ୧ ହଜାର ୮୬୪ ପଜିଟିଭ୍‌ ଚିହ୍ନଟ । ଆଉ ୬୮ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଆଜି ପଜିଟିଭିଟି ରେଟ୍‌ ରହିଛି ୨.୪୯ ପ୍ରତିଶତ । ଯାହାକି ଗତକାଲି ଥିଲା ୨.୪୫ ପ୍ରତିଶତ ।

୨୪ ଘଣ୍ଟାରେ ୭୪ ହଜାର ୭୦୭ଟେଷ୍ଟିଂ ହୋଇଛି । ଖୋର୍ଦ୍ଧାରୁ ସର୍ବାଧିକ ୪୯୬ ସଂକ୍ରମିତ ହୋଇଛନ୍ତି । କଟକରୁ ୨୨୧, ବାଲେଶ୍ୱରରୁ ୧୧୪, ଯାଜପୁରରୁ ୧୦୭ ଓ ଜଗତସିଂହପୁରରୁ ୮୯ ରହିଛି କରୋନା କେସ୍‌ । ରାଜ୍ୟରେ ଆକ୍ଟିଭ୍‌ କେସ୍‌ ରହିଛି ୧୯ ହଜାର ୧୩ । ୨୬ ଜିଲ୍ଲାରେ ୧୦୦ ତଳେ ରହିଛି ସଂକ୍ରମଣ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.