ରାଜ୍ୟରେ ୬୮ ଆକ୍ରାନ୍ତଙ୍କ ମୃତ୍ୟୁ, ଚିହ୍ନଟ ହେଲେ ଆଉ ୭୬୧ ନୂଆ ସଂକ୍ରମିତ

ଭୁବନେଶ୍ବର(କେନ୍ଯୁଜ୍):ରାଜ୍ୟରେ ଗତ ୨୪ ଘଣ୍ଟାରେ ୭୬୧ ନୂଆ ସଂକ୍ରମିତ ଚିହ୍ନଟ। ଏମାନଙ୍କ ଭିତରେ ୦ରୁ ୧୮ ବର୍ଷ ଭିତରେ ଅଛନ୍ତି ୧୦୧ଜଣ । ଖୋର୍ଦ୍ଧାରୁ ସର୍ବାଧିକ ୨୮୯, କଟକରୁ ଚିହ୍ନଟ ହୋଇଛନ୍ତି ୧୧୭ ନୂଆ ଆକ୍ରାନ୍ତ ।

ଅନ୍ୟ ସମସ୍ତ ଜିଲ୍ଲାରେ ୧୦୦ ତଳେ ରହିଛି ସଂକ୍ରମଣ । ୨୪ ଘଣ୍ଟାରେ ୬୦ ହଜାର ୭୯୧ କୋଭିଡ୍‌ ଟେଷ୍ଟିଂ ହୋଇଛି । ପଜିଟିଭ ହାର ରହିଛି ୧.୨୫ ପ୍ରତିଶତ । ରାଜ୍ୟରେ ଆଉ ୬୮ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏବେ ଆକ୍ଟିଭ୍‌ କେସ୍‌ ରହିଛି ୮ ହଜାର ୯୧୭ ।

Leave A Reply

Your email address will not be published.