ରାଜ୍ୟରେ ୨୪ ଘଣ୍ଟାରେ ଆଉ ୬୪୪ କରୋନା ପଜିଟିଭ୍ ଚିହ୍ନଟ, ୭ମୃତ
ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟରେ ୧ ପ୍ରତିଶତ ତଳେ ଦୈନିକ ସଂକ୍ରମଣ । ୨୪ ଘଣ୍ଟାରେ ଆଉ ୬୪୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଆଉ ୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଆଜି ପଜିଟିଭ୍ ହାର ରହିଛି ୦.୮୯ ପ୍ରତିଶତ ।
୬୪୪ ସଂକ୍ରମିତଙ୍କ ଭିତରେ ୦ରୁ ୧୮ ବର୍ଷ ଭିତରେ ଅଛନ୍ତି ୭୨ ଜଣ । ଆଜି ଖୋର୍ଦ୍ଧାରୁ ୨୮୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କେବଳ ଖୋର୍ଦ୍ଧା ଜିଲ୍ଲାକୁ ବାଦ୍ ଦେଇ ଅନ୍ୟ ସବୁ ଜିଲ୍ଲାରେ ୧୦୦ ତଳେ ରହିଛି ସଂକ୍ରମଣ । ୨୪ ଘଣ୍ଟାରେ ୭୨ ହଜାର ୧୯୩ କୋଭିଡ୍ ଟେଷ୍ଟିଂ ହୋଇଛି। ରାଜ୍ୟରେ ଏବେ ଆକ୍ଟିଭ୍ କେସ୍ ରହିଛି ୫ ହଜାର ୭୧୩।