୫ଦିନ ପରେ ହଜାରେ ତଳକୁ ଖସିଲା ସଂକ୍ରମଣ: ଗତ ୨୪ ଘଣ୍ଟାରେ ରାଜ୍ୟରେ ୭୩୯ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର(କେନ୍ୟୁଜ୍): ରାଜ୍ୟରେ ତଳମୁହାଁ କରୋନା ଗ୍ରାଫ୍‌ । ୫ଦିନ ପରେ ହଜାରେ ତଳକୁ ଖସିଲା ସଂକ୍ରମଣ । ୨୪ ଘଣ୍ଟାରେ ରାଜ୍ୟରେ ୭୩୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତକାଲି ଏହି ସଂଖ୍ୟା ଥିଲା ୧୦୧୧।

କ୍ୱାରେଣ୍ଟିନରୁ ୪୩୨ ଓ ଲୋକାଲ କଣ୍ଟାକ୍ଟ କେସ୍‌ ୩୦୭ ପଜିଟିଭ ଚିହ୍ନଟ ହୋଇଛନ୍ତି । ୧୮ ବର୍ଷ ଭିତରେ ୯୫ ଜଣ ସଂକ୍ରମିତ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୧୩୮ ଜଣ ଆକ୍ରାନ୍ତ ରହିଛନ୍ତି । ସୁନ୍ଦରଗଡରୁ ୧୧୪, ସମ୍ବଲପୁରରୁ ୧୧୩ ଓ ମୟୂରଭଞ୍ଜରୁ ୮୪ଟି କେସ୍‌ ରହିଛି । ରାଜ୍ୟରେ କୋଭିଡ୍‌ ଆକ୍ଟିଭ୍‌ କେସ ୭ ହଜାର ୪୦୦କୁ ବୃଦ୍ଧି ପାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.