ରାଜ୍ୟରେ ଗତ ୨୪ ଘଣ୍ଟାରେ ୭୫୪ କରୋନା ପଜିଟିଭ୍‌ ଚିହ୍ନଟ, ୦ରୁ ୧୮ ବର୍ଷ ଭିତରେ ଅଛନ୍ତି ୧୦୮ ଜଣ

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟରେ କମୁଛି ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ୭୫୪ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଆଜି ପଜିଟିଭ ହାର ରହିଛି ୧.୧୩ ପ୍ରତିଶତ । ଖୋର୍ଦ୍ଧାରୁ ସର୍ବାଧିକ ୨୬୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକରୁ ୧୧୦ ନୂଆ କେସ୍‌ ରହିଛି।

ଅନ୍ୟ ସବୁ ଜିଲ୍ଲାରେ ୧୦୦ ତଳେ ରହିଛି ସଂକ୍ରମଣ । ୭୫୪ ସଂକ୍ରମିତଙ୍କ ଭିତରେ ୦ରୁ ୧୮ ବର୍ଷ ଭିତରେ ଅଛନ୍ତି ୧୦୮ ଜଣ । ୨୪ ଘଣ୍ଟାରେ ୬୬ହଜାର ୬୮୮ କୋଭିଡ୍‌ ଟେଷ୍ଟିଂ ହୋଇଛି। ରାଜ୍ୟରେ ଆକ୍ଟିଭ୍‌ କେସ୍‌ ରହିଛି ୭ ହଜାର ୨୪୧।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.