ରାଜ୍ୟରେ ଗତ ୨୪ଘଣ୍ଟାରେ ୮ହଜାର ୨୧୬ କରୋନା ପଜିଟିଭ୍‌ ଚିହ୍ନଟ, ୧୫ ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ବର: ରାଜ୍ୟରେ ୮ ହଜାର ତଳକୁ ଖସୁନି ସଂକ୍ରମଣ। ଗତ ୨୪ଘଣ୍ଟାରେ ଆଉ ୮ହଜାର ୨୧୬ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଆଉ ୧୫ କରୋନା ଆକ୍ରାନ୍ତଙ୍କ ଜୀବନ ନେଇଛି ମାରାତ୍ମକ ଭାଇରସ୍‌। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୨୭୧ ଜଣ ନୂଆ ଆକ୍ରାନ୍ତ ରହିଛନ୍ତି।

ସୁନ୍ଦରଗଡ଼ରୁ ୬୩୬, କଟକରୁ ୪୪୭, ପୁରୀରୁ ୪୦୨, ଅନୁଗୁଳରୁ ୩୯୪, ସମ୍ବଲପୁରରୁ ୩୮୫ ଓ ବରଗଡ଼ରୁ ୩୭୫ ନୂଆ କେସ୍‌ ରହିଛି। ସେହିପରି ଯାଜପୁରରୁ ୩୪୭,ନବରଙ୍ଗପୁରରୁ ୩୧୯ ଓ ଝାରସୁଗୁଡ଼ାରୁ ୩୧୬ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ବଲାଙ୍ଗିରରୁ ୩୦୫, ବାଲେଶ୍ୱରରୁ ୩୦୨ ଓ ନୂଆପଡ଼ାରୁ ୨୬୧ ପଜିଟିଭ୍‌ ରହିଛନ୍ତି। ରାଜ୍ୟରେ କରୋନାଜନିତ ମୃତ୍ୟୁ ୨୦୮୮ କୁ ବୃଦ୍ଧି ପାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.