ହଜାରେ ତଳକୁ ଖସିଲା ସଂକ୍ରମଣ: ରାଜ୍ୟରେ ଗତ ୨୪ ଘଣ୍ଟାରେ ୮୬୮ ପଜିଟିଭ୍‌ ଚିହ୍ନଟ, ୬୬ମୃତ

ଭୁବନେଶ୍ବର(କେନ୍ଯୁଜ୍): ୧ ହଜାର ତଳକୁ ଖସିଲା ସଂକ୍ରମଣ । ରାଜ୍ୟରେ ଗତ ୨୪ ଘଣ୍ଟାରେ ୮ଶହ ୬୮ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଆଉ ୬୬ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଆଜି ପଜିଟିଭିଟି ରେଟ୍‌ ରହିଛି ୧.୩୯ ପ୍ରତିଶତ। ଯାହାକି ଗତକାଲି ଥିଲା ୧.୫୩ ପ୍ରତିଶତ ।

୨୪ ଘଣ୍ଟାରେ ୬୨ ହଜାର ୧୧୯ ଟେଷ୍ଟିଂ ହୋଇଛି । ଖୋର୍ଦ୍ଧାରୁ ସର୍ବାଧିକ ୨୫୬ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । କଟକରୁ ୧୫୪, ବାଲେଶ୍ୱରରୁ ୫୨, ଯାଜପୁରରୁ ୪୫ ରହିଛି କରୋନା କେସ୍‌ । ରାଜ୍ୟରେ ଆକ୍ଟିଭ୍‌ କେସ୍‌ ରହିଛି ୧୦ ହଜାର ୧୮୭ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.