ରାଜ୍ୟରେ ୨୪ ଘଣ୍ଟାରେ ରାଜ୍ୟରେ ୮୭୨ ନୂଆ କରୋନା କେସ୍‌: ଖୋର୍ଦ୍ଧାରୁ ସର୍ବାଧିକ ୨୮୨ ସଂକ୍ରମିତ

ଭୁବନେଶ୍ୱର(କେନ୍ୟୁଜ୍): ରାଜ୍ୟରେ ୧ ହଜାର ତଳକୁ ଖସିଲା କରୋନା ସଂକ୍ରମଣ । ୨୪ ଘଣ୍ଟାରେ ରାଜ୍ୟରେ ୮୭୨ ନୂଆ କେସ୍‌ ସାମ୍ନାକୁ ଆସିଛି । ଖୋର୍ଦ୍ଧାରୁ ସର୍ବାଧିକ ୨୮୨ ନୂଆ କେସ୍‌ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡରୁ ୧୪୪, କଟକରୁ ୯୬ ସଂକ୍ରମିତ ହୋଇଛନ୍ତି । ଆକ୍ଟିଭ୍‌ କେସ୍‌ ରହିଛି ୫ ହଜାର ୬୯୬ ।

ସେହିପରି ଦେଶରେ ଦିନକରେ ୨୦ ହଜାର ୫୨୮ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୨୪ ଘଣ୍ଟାରେ ୪୯ ଜଣଙ୍କ ମୃତ୍ୟୁ ହୋଇଛି । ଦେଶରେ ମୋଟ ଅକ୍ଟିଭ କେସ୍‌ ରହିଛି ୧ ଲକ୍ଷ ୪୩ ହଜାର ୪୪୯ ।

ସୂଚନା ମୁତାବକ, ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳ ଜିଲ୍ଲାରୁ ୪, ବାଲେଶ୍ବର ଜିଲ୍ଲାରୁ ୮ ଜଣ, ବରଗଡ଼ରୁ ୯ ଜଣ, ଭଦ୍ରକରୁ ୬ ଜଣ, ବଲାଙ୍ଗୀରରୁ ୭ ଜଣ, ବୌଦ୍ଧରୁ ୧୧ ଜଣ, କଟକରୁ ୯୬ ଜଣ, ଦେବଗଡ଼ରୁ ୨ ଜଣ, ଢେଙ୍କାନାଳରୁ ୧ ଜଣ, ଗଜପତିରୁ ୩ ଜଣ, ଗଞ୍ଜାମରୁ ୮ ଜଣ, ଜଗତସିଂହପୁରରୁ ୧୬ ଜଣ, ଯାଜପୁରରୁ ୧୨ ଜଣ, ଝାରସୁଗୁଡ଼ାରୁ ୧୨ ଜଣ, କଳାହାଣ୍ଡି ଜିଲ୍ଲାରୁ ୫ ଜଣ, କନ୍ଧମାଳରୁ ୫ ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୮ ଜଣ, କେନ୍ଦୁଝରରୁ ୧ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୨୮୨, କୋରାପୁଟ ଜିଲ୍ଲାରୁ ୧୨ ଜଣ, ମୟୂରଭଞ୍ଜରୁ ୫୯ ଜଣ, ନୟାଗଡ଼ ଜିଲ୍ଲାରୁ ୧୯ ଜଣ, ନୂଆପଡ଼ାରୁ ୭ ଜଣ, ପୁରୀରୁ ୧୯ ଜଣ, ରାୟଗଡ଼ାରୁ ୬ ଜଣ, ସମ୍ବଲପୁରରୁ ୨୩ ଜଣ, ସୋନପୁରରୁ ୨୬ ଜଣ, ସୁନ୍ଦରଗଡ଼ରୁ ୧୪୪ ଜଣ ଓ ଷ୍ଟେଟପୁଲରୁ ୬୧ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.