ରାଜ୍ୟରେ ଗତ ୨୪ ଘଣ୍ଟାରେ ୯୯୩ ପଜିଟିଭ୍‌ ଚିହ୍ନଟ, ୬୫ ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟରେ ଆଜି ପୁଣି ହଜାରେ ତଳେ ଦୈନିକ ସଂକ୍ରମଣ । ତେବେ ଚିନ୍ତା ବଢାଉଛନ୍ତି ୦ରୁ ୧୮ ବର୍ଷୀୟ ବର୍ଗ। ଏହି ବର୍ଗରେ ୧୩୮ଜଣ ସଂକ୍ରମିତ ହୋଇଛନ୍ତି। ଗତକାଲି ଏହି ସଂଖ୍ୟା ଥିଲା ୯୬। ଗତ ୨୪ ଘଣ୍ଟାରେ ୯୯୩ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଆଉ ୬୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

ଖୋର୍ଦ୍ଧାରୁ ସର୍ବାଧିକ ୪୧୯ ନୂଆ କେସ୍‌ ଥିବାବେଳେ କଟକରୁ ଚିହ୍ନଟ ହୋଇଛନ୍ତି ୯୫ଜଣ। ପଜିଟିଭିଟି ରେଟ୍‌ ରହିଛି ୧.୪୩ ପ୍ରତିଶତ। ୨୪ ଘଣ୍ଟାରେ ୬୯ ହଜାର ୦୦୮ ଟେଷ୍ଟିଂ ହୋଇଛି । ରାଜ୍ୟରେ ଆକ୍ଟିଭ୍‌ କେସ୍‌ ରହିଛି ୯ହଜାର ୫୩୬।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.