ଓଡ଼ିଶାରେ ନାହିଁ ବ୍ରିଟେନ୍ର ନୂଆ ଭୂତାଣୁ, ସୂଚନା ଦେଲେ ସ୍ୱାସ୍ଥ୍ୟ ବିଭାଗ ଏସିଏସ୍ ପ୍ରଦୀପ୍ତ ମହାପାତ୍ର
ଭୁବନେଶ୍ବର: ଓଡ଼ିଶାରେ ନାହିଁ ବ୍ରିଟେନ୍ର ନୂଆ ଭୂତାଣୁ। ସ୍ୱାସ୍ଥ୍ୟ ବିଭାଗ ଏସିଏସ୍ ପ୍ରଦୀପ୍ତ ମହାପାତ୍ରଙ୍କ ସୂଚନା । ବ୍ରିଟେନ୍ ଫେରନ୍ତାଙ୍କ ମଧ୍ୟରୁ ପଜିଟିଭ୍ ଚିହ୍ନଟ ବ୍ୟକ୍ତିଙ୍କ ଜିନମ୍ ସିକ୍ୱେଏନସିଂ କରାଯାଇଥିଲା । ହେଲେ ଏପର୍ଯ୍ୟନ୍ତ ଯେତିକି ଜିନମ୍ ସିକ୍ୱେଏନ୍ସିଂ ଟେଷ୍ଟ କରାଯାଇଛି ସେଥିରେ କାହାରି ଠାରେ ନୂଆ ଭାଇରସ୍ ଚିହ୍ନଟ ହୋଇନାହିଁ ।
ବ୍ରିଟେନରୁ ଓଡ଼ିଶାକୁ ଫେରିଛନ୍ତି ୧୮୮ ଜଣ। ଏମାନଙ୍କ ମଧ୍ୟରୁ ୧୬୦ଜଣଙ୍କ ନମୁନା ପରୀକ୍ଷା ହୋଇସାରିଛି। ମୋଟ ବ୍ରିଟେନ୍ ଫେରନ୍ତା ଓ ସେମାନଙ୍କ ସମ୍ପର୍କୀୟଙ୍କୁ ମିଶାଇ ୨୦୪ଜଣଙ୍କର RTPCR ଟେଷ୍ଟ ହୋଇଛି। ବର୍ତ୍ତମାନ ସୁଦ୍ଧା ୭ଜଣଙ୍କ ପଜିଟିଭ୍ ଆସିଛି। ପଜିଟିଭ୍ ଚିହ୍ନଟ ୬ଜଣ ବ୍ୟକ୍ତିଙ୍କ ନମୁନା ଜିନମ୍ ସିକ୍ୱେଏନ୍ସିଂ ପାଇଁ ପୁଣେ ଲ୍ୟାବକୁ ପଠାଯାଇଥିଲା ।