କରୋନା : ବ୍ରାଜିଲ୍ର ସବୁଠୁ ବଡ଼ କବରସ୍ଥାନରେ କବର ଦେବା ପାଇଁ ଜାଗା ନାହିଁ, ଋଷକୁ ପକାଇଲା ପଛରେ

ରିପୋ : କରୋନା ପାଶ୍ଚାତ ଦେଶରେ ରଚିଛ ତାଣ୍ଡବ । ବ୍ରାଜିଲ ଏକ ଛୋଟ ଦେଶ ହୋଇଥିଲେ ମଧ୍ୟ କରୋନା ସଂକ୍ରମଣରେ ଏହା ଋଷକୁ ବି ପଛରେ ପକାଇ ଦେଇଛି । ବ୍ରାଜିଲ ଏବେ ବିଶ୍ୱର ଶ୍ରେଷ୍ଠ ସଂକ୍ରମଣ ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି । ଆଜି ପର୍ଯ୍ୟନ୍ତ ୨୧ ହଜାର ଲୋକଙ୍କର ମୃତ୍ୟୁ ହୋଇଛି ।
କେବଳ ଶୁକ୍ରବାର ଗୋଟିଏ ଦିନରେ କେବଳ ବାଜ୍ରିଲ୍ରେ ୨୦ ହଜାର ନୂଆ କରୋନା ମାମଲା ସାମ୍ନାକୁ ଆସିଛି । ଯାହା ବିଶ୍ୱର ଏପର୍ଯ୍ୟନ୍ତ ହୋଇଥିବା କରୋନା ମାମଲାର ଏକ ବଡ଼ ରେକର୍ଡ ।
ବ୍ରାଜିଲରେ ଆଜି ପର୍ଯ୍ୟନ୍ତ ହୋଇଥିବା କରୋନା ମାମଲା ୩ ଲକ୍ଷ ୩୦ ହଜାର ୮୦୦ରେ ପହଞ୍ଚିଛି । ଯେଉଁଥିରେ ୨୧ ହଜାର ଲୋକଙ୍କର ମୃତ୍ୟୁ ହୋଇଛି । ଯେଉଁଠି କେବଳ ଗତ ୨୪ ଘଣ୍ଟାରେ ୯୦୦ ଲୋକଙ୍କ ମୃତ୍ୟୁ ହୋଇଛି ।
ପ୍ରତି ଦିନ ଏତେ ସଂଖ୍ୟକ ଲୋକଙ୍କ ମୃତ୍ୟୁ ହେଉଛି ଯେ ରାସ୍ତା, ମେଡିକାଲ ଓ କବରସ୍ଥାନରେ ଶବର ଲାଇନ୍ ଲାଗିଛି । ଦକ୍ଷିଣ ଆମେରିକା ଏବେ କରୋନା ମହାମାରୀର ନୂଆ କେନ୍ଦ୍ର ପାଲଟି ଥିବା ବେଳେ ବ୍ରାଜିଲ୍ ସର୍ବାଧିକ ପ୍ରଭାବିତ ହୋଇଛି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପ୍ରକାଶ କରିଛି ।