ଗ୍ରୀନ୍‌ ଜୋନ୍‌ରେ ଚାଲିବ ଓଏସ୍‌ଆରଟିସି ବସ୍‌, ଯାତ୍ରୀଙ୍କଠାରୁ ନିଆଯିବ ଦୁଇ ଗୁଣା ଭଡା

ଭୁବନେଶ୍ବର: ଗ୍ରୀନ୍‌ ଜୋନ୍‌ରେ ଚାଲିବ ଓଏସ୍‌ଆରଟିସି ବସ୍‌ । ରାଜ୍ୟରେ ଥିବା ଓଏସ୍‌ଆରଟିସି ବସ୍‌ ସମସ୍ତ ଗ୍ରୀନ୍‌ ଜୋନ୍‌ରେ ଚାଲିବ । ଏନେଇ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ବସ୍‌ରେ ଯାତ୍ରୀଙ୍କଠାରୁ ଦୁଇ ଗୁଣା ଭଡା ନିଆଯିବ । ଗ୍ରୀନ୍‌ ଜୋନ୍‌ରେ ଘରୋଇ ବସ୍‌ ଚଳାଇବାକୁ ଅନୁରୋଧ କରାଯାଇଥିଲା । ହେଲେ ବସ୍‌ ମାଲିକ ସଂଘ ରାଜି ନହେବାରୁ ଏପରି ନିଷ୍ପତ୍ତି ନିଆଯାଇଥିବା ପରିବହନ ମନ୍ତ୍ରୀ ସୂଚନା ଦେଇଛନ୍ତି ।

ସୂଚନା ଥାଉକି, ଆଜିଠୁ କଟକ ଭୁବନେଶ୍ୱର ମଧ୍ୟରେ ଚାଲିଲା ବସ୍‌ । ସରକାରୀ କର୍ମଚାରୀଙ୍କ ସୁବିଧା ପାଇଁ ଚାଲିଲା ବସ୍‌ । ରାଜ୍ୟ ସଡ଼କ ପରିବହନ କର୍ତ୍ତୃପକ୍ଷଙ୍କ ଗୋଟିଏ ବସ ଚାଲିଛି । କଟକରୁ ବାହାରିଥିବା ବସ୍‌ ଭୁବନେଶ୍ୱର ଖାରବେଳ ଭବନ, ରାଜୀବ ଭବନ ଦେଇ ସଚିବାଳୟରେ ପହଞ୍ଚିଛି । ଅପରାହ୍ନ ୫ଟାରେ ଅଫିସ୍‌ ସରିବା ପରେ କର୍ମଚାରୀଙ୍କୁ ନେଇ ଯିବ ବସ୍‌ । ୩୦ ଟଙ୍କା ଭଡ଼ା ଦେଇ ଯିବାଆସିବା କରିବେ କର୍ମଚାରୀ । ବସ୍‌ରେ ଯିବା ବେଳେ ସମସ୍ତ ଯାତ୍ରୀ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.