କେନ୍ଦୁଝର ଜିଲ୍ଲାରେ ଚିନ୍ତାରେ ଦ୍ୱିତୀୟ ପର୍ଯ୍ୟାୟରେ ଟୀକା ନେବାକୁ ଥିବା ବ୍ୟକ୍ତି

କେନ୍ଦୁଝର: କେନ୍ଦୁଝର ଜିଲ୍ଲାରେ ଚିନ୍ତାରେ ଦ୍ୱିତୀୟ ପର୍ଯ୍ୟାୟରେ ଟୀକା ନେବାକୁ ଥିବା ବ୍ୟକ୍ତି । ଏଥିପାଇଁ ଡାକ୍ତରଖାନାରେ ଲାଗୁଛି ପ୍ରବଳ ଭିଡ । ଲାଗୁଛି ସତେ ଯେପରି କୋଭିଡ ନିୟମ ଫୁ ହୋଇ ଯାଇଛି ଟୀକା କାରଣ କେନ୍ଦ୍ରରେ ।

କେନ୍ଦୁଝର ଜିଲ୍ଲାରେ ଗତ ମାର୍ଚ୍ଚ ୧ ତାରିଖରେ ଆରମ୍ଭ ହୋଇଥିଲା ସର୍ବ ସାଧାରଣଙ୍କ ନିମନ୍ତେ ଟୀକା କାରଣ । ତା ପୂର୍ବରୁ ସ୍ୱାସ୍ଥ୍ୟକର୍ମୀଙ୍କୁ ଟୀକା କାରଣ କରାଯାଇଥିଲା । ଯେଉଁଥିରେ ପ୍ରଥମ ଡୋଜ ୧୩୧୪୬ ଜଣ , ଦ୍ୱିତୀୟ ଡୋଜ ୯୪୬୨ ଜଣ ନେଇଥିବାବେଳେ ବାକି ଅନ୍ୟ ମାନେ ନନେଇ ଫେରିଥିଲେ।। ସେହିପରି ଆଗ ଧାଡ଼ିର କରୋନା ଯୋଦ୍ଧାଙ୍କ ମଧ୍ୟରୁ ପ୍ରଥମ ଡୋଜ ୬୮୯୧ ଜଣ ନେଇଥିବା ବେଳେ ଦ୍ୱିତୀୟ ଡୋଜ ୪୯୭୪ ଜଣ ନେଇଥିଲେ । ନିକଟରେ ରାଜ୍ୟର ACS ଟୀକାକରଣ ସମ୍ପର୍କରେ କହିଥିବାବେଳେ, ଦ୍ୱିତୀୟ ଡୋଜ ମହତ୍ବପୂର୍ଣ୍ଣ ବୋଲି କହିଥିଲେ ।

ଅନ୍ଯପଟେ ମାର୍ଚ୍ଚ ରୁ ଆରମ୍ଭ ହୋଇଥିବା ସର୍ବସାଧାରଣ ଟୀକାକରଣରେ ମୋଟ ୧ଲକ୍ଷ ୬୦ହଜାର ୬୧ଜଣ ଟୀକା ନେଇଥିବା ବେଳେ, ଗତ ୨ମାସରୁ ଉର୍ଧ୍ବ ହେଲାଣି କେବଳ ୯୨୪୮ ଜଣଙ୍କୁ ଜିଲ୍ଲାରେ ଦ୍ୱିତୀୟ ଡୋଜ ଟୀକାକରଣ କରାଯାଇପାରିଛି । ଫଳରେ ବହୁ ସଂଖ୍ୟକ ଜନସାଧାରଣ  ପ୍ରଥମ ଡୋଜ ଟୀକା ଅକାମି ହେବା ସମ୍ଭାବନା ଦେଖାଦେଇଛି । ଏପରି ସ୍ଥଳେ ଟିକାପାଇଁ ଗତକାଲି କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କୋଭିଡ ନିୟମକୁ ଖୋଲା ଖୋଲି ଉଲଂଘନ କରି ଶହ ଶହ ସଂଖ୍ୟାରେ ଲୋକମାନେ ଭିଡ ଲଗାଇଥିବା ଦେଖିବାକୁ ମିଳିଥିଲା । ଏ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ପ୍ରେସ୍ ମିଟ କରାଯାଇ ଏହାକୁ କିପରି ସରଳୀକରଣ କରାଯିବ ସେ ନେଇ କେନ୍ଦୁଝର CDMO ସୂଚନା ଦେଇଥିଲେ ।

Leave A Reply

Your email address will not be published.