କରୋନା ଭାଇରସ

ସୀମା ସିଲ୍‌, ଚେକିଂ ବି କଡାକାଡି ହେଉଛି ତଥାପି ଗଳାବାଟ ଖୋଜି ନେଉଛନ୍ତି ଲୋକେ

ଭୁବନେଶ୍ୱର (କେ ନ୍ୟୁଜ୍‌) : ଆଜିକୁ ୩୦ ଦିନ ହୋଇଗଲା । ରାଜ୍ୟରେ ଲକ୍‌ଡାଉନ୍‌ ରହିଛି କରୋନା ପ୍ରତିରୋଧ ପାଇଁ । ତେବେ ଯେତେ ଜଗିଲେ ବି ଗଳାବାଟ ଦେଇ ଆମ ରାଜ୍ୟରେ ପ୍ରବେଶ କରୁଛି କରୋନା। ଆଉ ଏହାର ବାହାକ ସାଜିଛନ୍ତି ଟାଟା, ମାରୁତି ଭ୍ୟାନ ଓ ମାଲବାହୀ ଟ୍ରକ୍‌ ଆଦି। ଭଦ୍ରକ ଓ ଯାଜପୁର ଜିଲ୍ଲାରୁ ଚିହ୍ନଟ ପଜିଟିଭିଙ୍କ ଯାତ୍ରା ବୀବରଣୀରୁ ଏକଥା ସ୍ପଷ୍ଟ ବାରି ହୋଇପଡୁଛି। ଯେତିକି ପଜିଟିଭି ସଂଖ୍ୟା ଏହି ଦୁଇ ଜିଲ୍ଲାରେ ବାହାରୁଛି ଅଧିକାଂଶଙ୍କ ଟ୍ରାଭେଲ ହିଷ୍ଟ୍ରିରେ କୋଲକାତା ଲିଙ୍କ ରହିଛି।
ପେସେଣ୍ଟ ନମ୍ବର-୫୬ । ଯାଜପୁର ସଦରର ଜଣେ ୬୬ ବର୍ଷୀୟ ବ୍ୟକ୍ତି। କୋଲକାତା ବାବୁଘାଟରୁ ଟାଟା ମ୍ୟାଜିକରେ ବସି ଘରକୁ ଫେରିଲେ । ଏହି ଗାଡ଼ିରେ ଅନ୍ୟ ୧୭ ଯାତ୍ରୀ ମଧ୍ୟ ଥିଲେ । ୨୮ ମାର୍ଚ୍ଚ ରାତିରେ ଯାଜପୁର ଷଠିପୁରରେ ପଂହଚି ନିଜ ଘରକୁ ଯାଇଥିଲେ। ପରେ ସେ ପଜିଟିଭ ଚିହ୍ନଟ ହୋଇଥିଲେ।
ଗତକାଲି ବିଳମ୍ବିତ ରାତିରେ ଭଦ୍ରକରୁ ୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏ ସମସ୍ତଙ୍କର କୋଲକାତା ଲିଙ୍କ୍‌ ରହିଛି। ଏଥିରୁ ଜଣେ ପଜିଟିଭି ବ୍ୟକ୍ତି ଗତ ୨୯ ତାରିଖ ରାତିରେ କୋଲକୋତା ବଡ ବଜାରରୁ ଏକ ମାରୁତି ଓମିନି ଭ୍ୟାନରେ ବାହାରିଥିଲେ। ତାଙ୍କ ସହ ଓମିନିରେ ଆହୁରି ୬ ଜଣ ମଧ୍ୟ ଯାଜପୁର ଆସିଥିଲେ।
ସୀମା ସିଲ୍‌ ହୋଇଛି, ଚେକିଂ ବି କଡାକାଡି ହେଉଛି। ତଥାପି ଗଳାବାଟ ଖୋଜି ନେଉଛନ୍ତି ଲୋକେ । ଏମାନେ କେମିତି କୋଲକାତାରୁ ଓଡ଼ିଶାକୁ ପଳାଇ ଆସୁଛନ୍ତି ତାହାକୁ ନେଇ ଏବେ ପ୍ରଶାସନ ଚିନ୍ତାରେ ।

ମାର୍ଚ୍ଚ ୨୧ରେ ୫ଟି ଜିଲ୍ଲା ସହ ୮ଟି ସହରକୁ ପ୍ରଥମେ ଲକ୍‌ ଡାଉନ ଘୋଷଣା କଲେ ରାଜ୍ୟ ସରକାର। ମାର୍ଚ୍ଚ ୨୨ ତାରିଖରେ ଜନତା କର୍ଫୁ ଡାକରା ଦେଇଥିଲେ ପ୍ରଧାନମମନ୍ତ୍ରୀ। ଏହା ପରେ ମାର୍ଚ୍ଚ ୨୩ରେ ୧୪ଟି ଜିଲ୍ଲାକୁ ସମ୍ପୂର୍ଣ୍ଣ ଲକ୍‌ ଡାଉନ କଲେ ରାଜ୍ୟ ସରକାର। ପରବର୍ତ୍ତୀ ସମୟରେ ୨୪ ମାର୍ଚ୍ଚରେ ସାରା ଦେଶକୁ ଲକ୍‌ ଡାଉନ ଘୋଷଣା କଲେ ପ୍ରଧାନମନ୍ତ୍ରୀ। ରାଜ୍ୟ ରାଜ୍ୟ ମଧ୍ୟରେ ଥିବା ସୀମାକୁ ମଧ୍ୟ ସିଲ୍‌ କଲେ ରାଜ୍ୟ ସରକାର। ଏହା ସତ୍ତ୍ୱେ ପଶ୍ଚିମବଙ୍ଗରୁ ଲୋକେ ଗଳାବାଟ ଖୋଜି ନେଉଛନ୍ତି । ମାରୁତି ଭ୍ୟାନ ଓ ଟାଟା ମ୍ୟାଜିକ୍‌ ଭଳି ଗାଡ଼ିରେ ପଳାଇ ଆସୁଛନ୍ତି । ହେଲେ ଏହି ଗଳା ବାଟ ଏବେ ରାଜ୍ୟବାସୀଙ୍କ ପାଇଁ କାଳ ହୋଇଛି । କାରଣ ସେମାନେ ଫେରୁଛନ୍ତି ସତ, ସାଙ୍ଗରେ ନେଇ ଆସୁଛନ୍ତି ମହାମାରୀ କରୋନାକୁ । ସେମାନେ ବୁଝି ପାରୁନାହାନ୍ତି ଯେ ସେମାନଙ୍କ ଭିଟାମଟି ମୋହ ଅନ୍ୟମାନଙ୍କ ପାଇଁ ବିପତ୍ତି ଆଣୁଛି । ଯାହା ଏବେ ପ୍ରଶାସନର ମୁଣ୍ଡବିନ୍ଧାର କାରଣ ହୋଇଛି ।

KNews Bureau

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

4 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

6 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

6 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

6 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

7 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

7 hours ago