କରୋନା ଚିକିତ୍ସାରେ 2-ଡିଅକ୍ସି-D-ଗ୍ଲୁକୋଜକୁ ଜରୁରୀ ବ୍ୟବହାର ପାଇଁ ଅନୁମତି

ନୂଆଦିଲ୍ଲୀ: କରୋନା ରୋଗୀଙ୍କ ଚିକିତ୍ସାରେ ୨-ଡିଅକ୍ସି-D-ଗ୍ଲୁକୋଜ ବା 2-DG ଔଷଧକୁ ଜରୁରୀ ବ୍ୟବହାର ପାଇଁ ଅନୁମତି । ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ-DCGI ଏହି ଅନୁମତି ଦେଇଛନ୍ତି । କରୋନାରେ ମଧ୍ୟମରୁ ଗୁରୁତର ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଏହି ଔଷଧକୁ ବ୍ୟବହାର କରାଯାଇପାରିବ ।

ଦେଶରେ 2-DGକୁ ସହଜରେ ଉତ୍ପାଦନ କରାଯାଇପାରୁଛି ଏବଂ ପ୍ରଚୁର ପରିମାଣର ଉପଲବ୍ଧ । 2-DG ଔଷଧରେ ଚିକିତ୍ସିତଙ୍କ ମଧ୍ୟରୁ ଅଧିକାଂଶ ଶୀଘ୍ର କରୋନାରୁ ଆରୋଗ୍ୟ ଲାଭ କରୁଛନ୍ତି । ସେମାନଙ୍କ RTPCR ଟେଷ୍ଟ ରିପୋର୍ଟ ନେଗେଟିଭ ଆସୁଛି । ଏହି ଔଷଧ ପାଉଡର ଆକାରରେ ସଚେଟରେ ମିଳୁଛି । ଏହାକୁ ପାଣିରେ ମିଶାଇ ସେବନ କରିବାକୁ ପଡ଼ିଥାଏ । ଏହି ଔଷଧ ଶରୀରରେ କରୋନା ଭୂତାଣୁ ସଂକ୍ରମଣକୁ ରୋକିଥାଏ ବୋଲି ଡିଆରଡିଓ ପକ୍ଷରୁ କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.