କୋର୍ବେଭାକ୍ସ ଏବଂ କୋଭୋଭାକ୍ସ ଭ୍ୟାକ୍ସିନ୍କୁ ଅନୁମତି, ଏହି କରୋନା ଔଷଧକୁ ବି ମିଳିଲା ଗ୍ରିନ୍ ସିଗନାଲ୍

ନୂଆଦିଲ୍ଲୀ : କୋଭିଡ୍ ବିରୋଧୀ ଲଢ଼େଇରେ ଦେଶକୁ ମିଳିଛି ଆଉ ଏକ ସଫଳତା । ମିଳିଲା କୋର୍ବେଭାକ୍ସ ଓ କୋଭୋଭାକ୍ସ ଭ୍ୟାକ୍ସିନ୍କୁ ବ୍ଯବହାର ପାଇଁ ଅନୁମତି । ଦେଶର ସେଣ୍ଟ୍ରାଲ୍ ଡ୍ରଗ୍ସ ଅଥରିଟିର ଏକ ବିଶେଷଜ୍ଞ କମିଟି ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର କୋଭିଡ୍ ଟିକା କୋଭୋଭାକ୍ସ ଏବଂ ବାୟୋଲୋଜିକାଲ୍ ଇ କମ୍ପାନୀର ଟିକା କୋର୍ବେଭାକ୍ସକୁ କିଛି ସର୍ତ୍ତ ସହିତ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେବାକୁ ସୁପାରିଶ କରିଛି ।
ସେହିପରି ଆଣ୍ଟି ଭାଇରାଲ ଡ୍ରଗ୍ ମୋଲନୁପିରାଭିରର ଜରୁରୀ ବ୍ୟବହାର ପାଇଁ ମଧ୍ୟ ଅନୁମତି ପ୍ରଦାନ କରାଯାଇଛି । କୋଭିଡ -୧୯ ରେ ସେଣ୍ଟ୍ରାଲ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଜେସନ୍ ର ସବଜେକ୍ଟ ଏକ୍ସପର୍ଟ କମିଟି (SEC) ଜରୁରୀକାଳୀନ ପରିସ୍ଥିତିରେ ଦେଶରେ କୋଭିଡ ଡ୍ରଗ୍ ମଲନପୁରୀରର ନିୟନ୍ତ୍ରିତ ବ୍ୟବହାରକୁ ସୁପାରିଶ କରାଯାଇଛି । ଜରୁରୀକାଳୀନ ପରିସ୍ଥିତିରେ କୋଭିଡ୍ ୧୯ର ବୟସ୍କ ରୋଗୀଙ୍କ ଉପରେ ଏହି ଔଷଧର ବ୍ୟବହାର କରାଯାଇପାରିବ । ଏହାସହ ଯେଉଁମାନଙ୍କ ଠାରେ ରୋଗର ଭୟ ଅଧିକ ସେମାନଙ୍କ ମଧ୍ୟ ଏହି ଔଷଧ ଦିଆଯାଇ ପାରିବ । ଏହି ୨ଟି ଟିକା ସହ ଆଣ୍ଟି-ଭାଇରାଲ୍ ଔଷଧ ମଲନୁପିରାଭୀରକୁ କେବଳ ଜରୁରୀକାଳୀନ ପରିସ୍ଥିତିରେ ବ୍ୟବହାର କରିବାକୁ ଅନୁମତି ମିଳିଥିବା କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡଭ୍ୟ।
ଏହା ପୂର୍ବରୁ ଭାରତ କୋଭିସିଲ୍ଡ ଓ କୋଭାକ୍ସିନକୁ ଅନୁମତି ଦେଇଥିବା ବେଳେ ଭାରତରେ କୋଟି କୋଟି ଲୋକ ଏହି ଟିକା ଗ୍ରହଣ କରିଛନ୍ତି। ବର୍ଷକ ମଧ୍ୟରେ ଏହି ୨ଟି ଟିକା ଭଲ ପ୍ରଭାବ ପକାଇଥିବା ଦେଖାଯାଇଥିବା ବେଳେ କୋର୍ବେଭାକ୍ସ ଏବଂ କୋଭୋଭାକ୍ସର ପ୍ରଭାବ କିଭଳି ରହିିବ, ତାହା ଉପରେ ସମସ୍ତଙ୍କ ନଜର।