୫ ରୁ ୧୧ ବର୍ଷ ପିଲାଙ୍କ ପାଇଁ ଫାଇଜର ଆଣୁଛି କରୋନା ଟିକା, ଜାଣନ୍ତୁ କେବେ ଦିଆଯିବ ପିଲାଙ୍କୁ

ନୂଆଦିଲ୍ଲୀ :  ଆମେରିକାରେ ଡେଲ୍ଟା ଭାରିଆଣ୍ଟ ଯୋଗୁ କରୋନା ସଂକ୍ରମଣ ମାମଲା ବଢ଼ିବାରେ ଲାଗିଛି । ଏହି ସମୟରେ ଫାଇଜର ହେଲ୍ଧ ଏକ୍ସପର୍ଟ ପିଲାଙ୍କ ପାଇଁ କରୋନା ଟିକା ପ୍ରସ୍ତୁତି କରିଥିବା ନେଇ ଦାବି କରିଛନ୍ତି । ୧୨ ବର୍ଷରୁ କମ୍‌ ବୟସର ପିଲାଙ୍କ ପାଇଁ ଖୁବ୍‌ ଶୀଘ୍ର ଟିକା ଉପଲବ୍ଧ ହେବ ବୋଲି ଫାଇଜର କମ୍ପାନୀ ପ୍ରକାଶ କରିଛି ।

ଦୁନିଆର ସବୁଠୁ ୩ ବଡ଼ କମ୍ପାନୀ ଫାଇଜର, ମୋଡର୍ଣ୍ଣା ଏବଂ ଜନ୍‌ସନ ଆଣ୍ଡ୍‌ ଜନ୍‌ସନ୍‌ ପିଲାଙ୍କ ପାଇଁ କରୋନା ଟିକା ପ୍ରସ୍ତୁତିରେ ଲାଗିପଡ଼ିଥିବା ବେଳେ ଫାଇଜର ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଖୁବ୍‌ ଶୀଘ୍ର ଆମେରିକାର ସ୍ୱାସ୍ଥ୍ୟ ବିଭାଗ ଏହି ଟିକାକୁ ମଞ୍ଜୁରୀ ଦେବ ବୋଲି ଜଣାପଡ଼ିଛି । ଟିକାକୁ ମଞ୍ଜୁରୀ ମିଳିଗଲେ ଏହା ସାର୍ବଜନୀନ ଭାବେ ପ୍ରୟୋଗ କରାଯିବ ।

ଆମେରିକାର କେତେକ ରାଜ୍ୟରେ ସ୍କୁଲ ଖୋଲି ଦିଆଯାଇଛି । ହେଲେ ଏଠାରେ ପିଲାଙ୍କ ପାଇଁ ମାସ୍କ ପିନ୍ଧିବା ଅନିବାର୍ଯ୍ୟ ହୋଇଛି । କିଛି ଦିନ ତଳେ ଆମେରିକାରେ ପିଲାଙ୍କ ଠାରେ ଖୁବ୍‌ ବେଗରେ କରୋନା ସଂକ୍ରମଣ ଜାରି ରହିଥିଲା ।

ଯାହାଫଳରେ ବହୁ ସଂଖ୍ୟାରେ ପିଲା ହସପିଟାଲରେ ଆଡ଼ିମିଶନ ହୋଇଥିଲେ । ଏହାକୁ ଦୃଷ୍ଟିରେ ରଖି ଫାଇଜର କମ୍ପାନୀ ଦ୍ରୁତ ବେଗରେ ତା’ର ଅଭିଯାନ ଚଳାଇଥିଲା । ଏବେ ଟିକାର ସଫଳତା ନେଇ କମ୍ପାନୀ ପ୍ରକାଶ କରିଛି । ଅନୁମତି ମିଳିବା ପରେ ଏହାର ପ୍ରୟୋଗ ଆରମ୍ଭ ହେବ ବୋଲି ଫାଇଜର କମ୍ପାନୀ ପକ୍ଷରୁ କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.