ବିଶ୍ୱର ବଡ଼ ଟିକାକରଣ କାର୍ଯ୍ୟକ୍ରମ ୧୬ ତାରିଖରୁ ଆରମ୍ଭ ହେବ, ୨ଟି ଟିକା ଆସିଛି ଆଗକୁ ଆଉ ୪ଟି ଟିକା ଆସିବ: ମୋଦି

କେନ୍ୟୁଜ୍(ବ୍ୟୁରୋ):  ଦେଶରେ ୧୬ ତାରିଖରୁ ଆରମ୍ଭ ହେବ ବିଶ୍ୱର ବଡ଼ ଟିକାକରଣ କାର୍ଯ୍ୟକ୍ରମ। ତା ପୂର୍ବରୁ ଆଜି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କହିଛନ୍ତି, ଦୁଇଟି ମେଡ୍‌ ଇଣ୍ଡିଆ ଟିକା ଜରିଆରେ ଆରମ୍ଭ ହେବ ବିଶ୍ୱର ବଡ଼ ଟିକାକରଣ। କେବଳ ଏତିକି ନୁହଁ, ଆଗକୁ ଆଉ ୪ଟି ଟିକା ଆସିବ। ଯାହାର ବିକାଶ କାମ ଚାଲିଛି।

narendra modi 2

ସୁଲଭ ଦରରେ ମିଳୁଛି ଭାରତର ଟିକା। ଅନ୍ୟ ଦେଶର ଟିକା ଉପରେ ନିର୍ଭର କରିଥିଲେ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତା ଦେଶ। ସୂଚନା ମିଳିଛି, ଆଜିର ବୈଠକରେ ରାଜନେତାଙ୍କୁ ଚେତାଇ ଦେଇଛନ୍ତି ପ୍ରଧାନମନ୍ତ୍ରୀ। କହିଛନ୍ତି, କୋଭିଡ୍‌ ଟିକା ପାଇବାକୁ ବ୍ୟଗ୍ର ହୁଅନ୍ତୁ ନାହିଁ। ପାଳି ଆସିବାକୁ ଅପେକ୍ଷା କରନ୍ତୁ।

ପ୍ରଥମେ ପର୍ଯ୍ୟୟର ପ୍ରଥମେ ସରକାରୀ ଓ ବେସରକାରୀ ସ୍ୱାସ୍ଥ୍ୟ କର୍ମୀଙ୍କୁ ଟିକାକରଣ କରାଯିବ। ପରେ ସଫେଇ କର୍ମଚାରୀ, ସୈନିକ, ପୋଲିସ, ଅର୍ଦ୍ଧ ସାମରିକ ବାହିନୀ ଭଳି ଆଗଧାଡିର ଯୋଦ୍ଧାଙ୍କ ଟିକାକରଣ କରାଯିବ। ଦେଶର ସବୁ ରାଜ୍ୟରେ ସ୍ୱାସ୍ଥ୍ୟ କର୍ମୀ ଓ ଆଗଧାଡ଼ିର ଯୋଦ୍ଧାଙ୍କ ସଂଖ୍ୟା ପ୍ରାୟ ୩ କୋଟି। ଏମାନଙ୍କ ଟିକାକରଣର ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ନାହିଁ। କେନ୍ଦ୍ର ସରକାର ସମସ୍ତ ଖର୍ଚ୍ଚ ବହନ କରିବେ। ପ୍ରଥମ ପର୍ଯ୍ୟାୟରେ ୩ କୋଟି ଜଣଙ୍କ ଟିକାକରଣ ପରେ ଦ୍ୱିତୀୟ ପର୍ଯ୍ୟୟରେ ୫୦ ବର୍ଷରୁ ଅଧିକ ଏବଂ ସଂକ୍ରମିତ ଆଶଙ୍କା ଅଧିକ ଥିବା ୫୦ ବର୍ଷରୁ କମ ବୟସର ରୋଗୀଙ୍କୁ ଟିକାକରଣ କରାଯିବ। କିଛି ମାସ ମଧ୍ୟରେ ୩୦ କୋଟି ଜଣଙ୍କୁ ଟିକାକରଣ ପାଇଁ ଲକ୍ଷ୍ୟ ରଖାଯାଇଛି ।

 

Leave A Reply

Your email address will not be published.