ଓଡ଼ିଶା ସୀମାନ୍ତ ଲକ୍ଷ୍ମଣନାଥ ଗେଟରେ ସ୍ଥିତି ଅନୁଧ୍ୟାନ କଲେ ପୋଲିସ ଡିଜି ଅଭୟ, ଯାଞ୍ଚ ବ୍ୟବସ୍ଥା ଆହୁରି କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ

ବାଲେଶ୍ୱର : ବାଲେଶ୍ୱରରେ ପୋଲିସ ଡିଜି ଅଭୟ । ଓଡ଼ିଶା ସୀମାନ୍ତ ଲକ୍ଷ୍ମଣନାଥ ଗେଟକୁ ଆସି ସ୍ଥିତି ଅନୁଧ୍ୟାନ କରିଛନ୍ତି । ତନଖି ଫାଟକରେ ଯାଞ୍ଚକୁ କଡ଼ାକଡ଼ି କରିବା ନେଇ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀଙ୍କ ଆଲୋଚନା କରିଛନ୍ତି ଡିଜିପି ଅଭୟ ।

dg-3

ଲକଡାଉନ ସତ୍ତ୍ୱେ ଲକ୍ଷ୍ମଣନାଥ ତନଖି ଫାଟକ ଦେଇ ପଶ୍ଚିମବଙ୍ଗ ପଟୁ ଓଡ଼ିଶାକୁ ଗାଡ଼ି ଓ ଚାଲି ଚାଲି ଲୋକମାନେ ପଳାଇ ଆସୁଥିବା ଅଭିଯୋଗ ହେଉଛି । ଓଡ଼ିଶାରୁ ଚିହ୍ନଟ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଏକ ତୃତୀୟାଂଶଙ୍କ ପଶ୍ଚିମବଙ୍ଗ ଲିଙ୍କ୍‌ ରହିଛି । ଯାହା ଚିନ୍ତାର କାରଣ ପାଲଟିଛି । ଏଥିପାଇଁ ପୋଲିସ ଡିଜି ଲକ୍ଷ୍ମଣନାଥ ଗେଟରେ ପହଞ୍ଚି ସ୍ଥିତି ଅନୁଧ୍ୟାନ ସହ ଯାଞ୍ଚ ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାପୂର୍ବରୁ ବାଲେଶ୍ୱରରେ ବରିଷ୍ଠ ଅଧିକାରୀଙ୍କ ସହ ଲକ୍‌ଡାଉନ୍‌ ଓ କରୋନା ସ୍ଥିତିର ସମୀକ୍ଷା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.