ପଶ୍ଚିମବଙ୍ଗ ସୀମାକୁ ଯିବେ ପୋଲିସ ଡିଜି: ଲକ୍‌ଡାଉନ୍‌ ଓ କରୋନା ସ୍ଥିତିର କରିବେ ସମୀକ୍ଷା

ବାଲେଶ୍ୱର: ବାଲେଶ୍ୱରରେ ପୋଲିସ ଡିଜି ଅଭୟ । ବାଲେଶ୍ୱରରେ ଲକ୍‌ଡାଉନ୍‌ ଓ କରୋନା ସ୍ଥିତିର ସମୀକ୍ଷା କରୁଛନ୍ତି । ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଏହା ପରେ ପଶ୍ଚିମବଙ୍ଗ ସୀମାକୁ ଯିବେ ପୋଲିସ ଡିଜି । ବାଲେଶ୍ୱର, ଯାଜପୁର ଓ ଭଦ୍ରକ ଜିଲ୍ଲାରୁ କରୋନା ପଜିଟିଭ୍‌ ଚିହ୍ନଟ କିଛି ଦିନ ତଳେ କୋଲକାତାରୁ ଫେରିଥିଲେ । ଲକ୍‌ଡାଉନ୍‌ ନିୟମ ଉଲ୍ଲଂଘନ କରି କୋଲକାତା ଓ ଅନ୍ୟାନ୍ୟ ଜିଲ୍ଲାରୁ ଲୋକ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟକୁ ଫେରୁଛନ୍ତି । ପଶ୍ଚିମବଙ୍ଗରୁ ଓଡ଼ିଶାକୁ କିପରି ଲୋକେ ଆସୁଛନ୍ତି ସେନେଇ ଡିଜି ଆଲୋଚନା କରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.